ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ସଦର ବ୍ଳକ ପୁରୁଣାଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ଠାରେ ଭୋଟର ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ତାରିଣୀ ରଂଜନ ରାୟ, ଗ୍ରାମ ପାୟତର ଅଧିକାରୀ ସୁନୀଲ କୁମାର ରାଉତରାୟ ଯୋଗ ଦେଇ ଏହି ଭୋଟର ସଚେତନତା କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । କଲେଜର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସଙ୍କ ସଭାପତିତ୍ବ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ନୂତନ ଭୋଟର ତାଲିକା ରେ ପଞ୍ଜିକରଣ କରିବା ଓ ସଂଶୋଧନ କରିବା ବାବଦରେ ଆଲୋଚନା କରିଥିଲେ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *