ରସାୟନ ଓ ଭୌତିକ ବିଜ୍ଞାନ ବିଭାଗର ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଆସିକା ବିଜ୍ଞାନ ମହାବିଦ୍ୟାଳୟର କାର୍ଯ୍ୟଭାର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଚୌଧୂରୀଙ୍କ ତତ୍ତ୍ବାବଧାନରେ ଏବଂ ସହ ପ୍ରଶାସନିକ ଅଧିକାରୀ ଡ. ଅଭୟ କେଶରୀ ପରିଚ୍ଛାଙ୍କ ମୁଖ୍ୟ ଆତିଥ୍ୟରେ ରସାୟନ ଏବଂ ଭୌତିକ ବିଜ୍ଞାନ ବିଭାଗର ବିଦ୍ୟାର୍ଥୀମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରଥମେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ମଞ୍ଚାସୀନ କରାଯାଅଥିଲା ଏବଂ ଅତିଥି ଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର ଚୌଧୂରୀ ନବାଗତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରି ସ୍ବାଗତ ଭାଷଣ ରଖିଥିବା ବେଳେ ଭୌତିକ ବିଜ୍ଞାନ ବିଭାଗମୁଖ୍ୟ ଭାନୁଚ଼ନ୍ଦ୍ର ରାଓ ସ୍ବାଗତ ସଭାର ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ। ଅଧ୍ୟାପକ ବିଭୁକଲ୍ୟାଣ ପଣ୍ଡା, ଚନ୍ଦନ ମାରାଣ୍ଡି, ଅଧ୍ୟାପିକା ରେଶମା ପାତ୍ର, ପ୍ରୟୋଗ ଶାଳା ଶିକ୍ଷକ କୃଷ୍ଣ ଚ଼ନ୍ଦ ପାତ୍ର, ଧନଞ୍ଜୟ ମହାପାତ୍ର ଏବଂ ମୁନା ଗୌଡ଼ ନବାଗତ ରସାୟନ ଓ ଭୌତିତ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଶୃଙ୍ଖଳାର ମହତ୍ବ ବିଷୟରେ ବିଷଦ୍ ବିବରଣୀ ପ୍ରଦାନ କରିଥିଲେ ଏବଂ ଶୃଙ୍ଖଳା ଦ୍ବାରା ଉକ୍ତ କଲେଜର ସୁନାମ ବଜାୟ ରଖିବା ପାଇଁ ନିଜ ନିଜ ବ୍ୟକ୍ତବ୍ୟରେ ସମସ୍ତ ନବାଗତ ବିଦ୍ୟାର୍ଥୀଙ୍କୁ ଆହ୍ବାନ କରିଥିଲେ। ବରିଷ୍ଠ ଛାତ୍ରଛାତ୍ରୀମାନେ ସମସ୍ତ ନବାଗତ ଛାତ୍ରଛାତ୍ରୀଙ୍କୁ ଭାଇଚାରର ବାର୍ତ୍ତା ଦେଇ ସହଯୋଗ କାମନା କରିବା ପାଇଁ ପରାମର୍ଶ କରିଥିଲେ। ଛାତ୍ର ସଂଗଠକମାନେ ସଭାକାର୍ଯ୍ୟ ନିୟନ୍ତ୍ରଣ କରିଥିଲେ। ଭୌତିକ ତଥା
ରସାୟନ ପ୍ରୟୋଗଶାଳରେ ବିଭିନ୍ନ ନିରାପତ୍ତା ସମ୍ବନ୍ଧୀୟ ବାର୍ତ୍ତା ସମସ୍ତ ବିଦ୍ୟାର୍ଥୀଙ୍କୁ ଅବଗତ କରାଯାଇଥିଲା। ମଞ୍ଚାସୀନ ଅତିଥ ବୃନ୍ଦ ସମସ୍ତ ନବାଗତ ତଥା ବରିଷ୍ଠ ବିଦ୍ୟାର୍ଥୀଙ୍କ ଭବିଷ୍ୟତ କାମନା କରି ଆଶୀର୍ବଚ଼ନ ଦେଇଥିଲେ ଏବଂ ମହାବିଦ୍ୟାଳୟର ସମସ୍ତ ନିୟମରେ ନିଜକୁ ଶୃଙ୍ଖଳିତ ରଖି ପାଠ୍ୟକ୍ରମ ସହିତ ଅନ୍ୟାନ୍ୟ ପଠନ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ମଧ୍ୟ ନିଜକୁ ଅଂଶୀଦାର କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ।ଅନ୍ତିମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସମସ୍ତ ମଞ୍ଚାସୀନ ଅତିଥି ନବାଗତଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ବରିଷ୍ଠ ବ୍ୟକ୍ତିତ୍ବଙ୍କ ଅନୁଭୂତିରେ ସୁନାଗରିକତ୍ବର ପରିକଳ୍ପନା ଓ ନୈତିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ତଥା ଭାବର ଆଦାନ ପ୍ରଦାନ କରି ପରସ୍ପରକୁ ସହଯୋଗ କରିବା ପାଇଁ ଆହ୍ବାନ କରିଥିଲେ। ପ୍ରୟୋଗଶାଳାରେ କର୍ତ୍ତବ୍ୟରତ ବିଦ୍ୟାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାର ରାସାୟନିକ ସମିଶ୍ରଣରେ ନିଜକୁ କିପରି ସୁରକ୍ଷିତ ରଖିପାରିବେ, ସେ ଉପରେ ସବିଶଦ୍ ବିବରଣୀ ପ୍ରଦାନ କରାଯାଇଥିଲା। ପରିଶେଷରେ ବିଭାଗମୁଖ୍ୟଙ୍କ ଦ୍ବାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ରିପୋର୍ଟ – ରଞ୍ଜନ କୁମାର ରାଉତ

Leave a Reply

Your email address will not be published. Required fields are marked *