ଦନ୍ତା ଆକ୍ରମଣରେ ମହିଳା ଗୁରୁତର

।- ଦନ୍ତାହାତୀ ଆକ୍ରମଣରେ ମହିଳା ଗୁରୁତର। ଗୁରୁତର ମହିଳା ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପସି ଗ୍ରାମର ଅର୍ଚନା ନାୟକ। ସୂଚନା ମୁତାବକ ଗତକାଲି ରାତୀରେ ଗ୍ରାମର ଅନ୍ୟଜଣେ ମହିଳାଙ୍କ ସହ ଘର ପଛପଟକୁ ସୌଚପାଇଁ ଯାଇଥିଲେ। ଯିବାବେଳେ ଅର୍ଚନା ଦନ୍ତାହାତୀ ସହ ମୁହାଁମୁହିଁ ହୋଇଯାଇଥିଲେ। ଫଳରେ ହାତୀଟି ତାଙ୍କୁ ଶୁଣ୍ଢରେ ଠେଲି ଦେଇଥିଲା। ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ଅର୍ଚନା ପଡିରହିଥିଲେ। ଅନ୍ୟ ମହିଳା ଜଣଙ୍କ ଜିବନ ବଞ୍ଚାଇ ଗ୍ରାମରେ ପହଞ୍ଚି ଘଟଣା ସଂପର୍କରେ ଜଣାଇଥିଲେ। ଗ୍ରାମବାସୀ ଆସି ଅର୍ଚନାକୁ ଉଦ୍ଧାରକରି ଗୁରୁତର ଅବସ୍ଥାରେ ପରଜଙ୍ଗ ଗୋଷ୍ଠିସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତିକରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତି କରାଯାଇଛି। ଏବେ ଅର୍ଚନାଙ୍କ ସ୍ବାସ୍ଥ୍ୟଅବସ୍ଥା ସ୍ଥିରଥିବା ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଚିକିତ୍ସା ବାବଦକୁ ଆର୍ଥିକ ସହୟତା ଦେଇଛନ୍ତି।

Leave a Reply

Your email address will not be published. Required fields are marked *