ସରକାରୀ ଯୋଜନା ନାମକୁ ମାତ୍ର

ମେହେର ସରକାର ଙ୍କ ବିଭିନ୍ନ ଯୋଜନା ନାମ କୁ ମାତ୍ର ଏହା କେବଳ ଲୋକଙ୍କୁ ଭୁଆଁ ବୁଲେଇବା କୁ ରହିଥିଲା | ପ୍ରକୃତ ରେ ତ ଚିତ୍ର କିଛି ଭିନ୍ନ |ତଳିଆ ଅଂଚଳ ରେ ନା ପହଞ୍ଚି ପାରୁଛି ସରକାର ଙ୍କ କୌଣସି ଯୋଜନା ନା ଲୋକେ କିଛି ଉପକୃତ ହେଉଛନ୍ତି | ବିଧିବଦ୍ଧ ଭାବରେ ଅନେକ ଯୋଜନା ମାଳ କୁ ମାଳ କରାଯାଉଛି ପରନ୍ତୁ ଗ୍ରାଉଣ୍ଡ ଲେବୁଲ ରେ କାମ ଶୂନ | ଲୋକେ ହନ୍ତସନ୍ତ ହେଇ ରହୁଛନ୍ତି |ଏତେ ଯୋଜନା କାହା ପାଇଁ ତାହାଲେ ;ଯଦି ଫଳ କିଛି ନୁହେଁ | ମା ଛେଉଣ୍ଡ ଛୁଆ ବାପାଙ୍କ ମାନସିକତା ଭଲ ନାହିଁ | ପାଖରେ ଭାଇ ଭଉଣୀ ସହ ଭଙ୍ଗା କୁଡ଼ିଆ ରେ ଦିନକଟାଉଛନ୍ତି ପରିବାର ଲୋକେ |ଏପରି ଘଟଣା ଆସିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ପଂଚାୟତ ର ନୂଆମୁଣ୍ଡିଆ ପଡା ରୁ | ଘର ବଖରେ କହିଲେ ଚାରିପଟେ ଭଙ୍ଗା ଇଟା ଆଉ ଉପରେ କିଛି ନାହିଁ | ୫ ରୁ ଅଧିକ ବର୍ଷ ହେଲାଣି ଏପରି ଦୂରଦିନ ରେ ଦିନ କଟାଉଛନ୍ତି ପରିବାର |ପ୍ରତ୍ୟେକ ଦିନ ସାନ ଭାଇ ଦିନ ମଜୁରୀଆ ଭାବରେ କାମ କରି ପଇସା ଆଣିଲେ କୁଟୁମ୍ଭ ଚଳେ | ବଡ଼ ଦୁର୍ଦଶା ରେ ଜୀବନ ଅତିବାହିତ କରୁଛନ୍ତି ଏମାନେ | କିଛି ନହଲେ ମୁଣ୍ଡ ଉପରେ ଛାତ ଥିଲେ ତ ବଡ଼ କଥା ହେଲେ ତାହାବି ସାତ ସପନ |ବର୍ଷା ଦିନେ ଘରେ ପାଣି ପଶିଯାଏ ପାଣି କାଦୁଅ ରେ ଜୀବନ ଜିଇଁବାକୁ ପ୍ରୟାସ କରନ୍ତି ଏମାନେ | ଖରା ବର୍ଷା ଶୀତ ପାଇଁ ଘର ସହାୟତା ହୋଇଥାଏ ପରନ୍ତୁ ସେତିକି ବି ଏ ପରିବାର ପାଇବାରୁ ବଂଚିତପରିବାର ଲୋକଙ୍କ କହିବା ମୁତାବକ କୌଣସି ସରକାରୀ ଯୋଜନା ୟାଙ୍କ ପାଖରେ ପହଂଚି ନାହିଁ |ଓଲଟା ପରିବାର ଲୋକେ ବ୍ଲକ ବିଡ଼ିଓ ସରପଞ୍ଚ ନାଏବ ସରପଞ୍ଚ ସମସ୍ତ ଙ୍କୁ ନେହୁରା ହେଲା ପରେ ବି କିଛି ଶୁଣୁ ନାହାନ୍ତି ବୋଲି କହିଛନ୍ତି ପଡୋଶୀ |ଯେଉଁ ଘରେ ଏ ପୁରା ପରିବାର ରହୁଛନ୍ତି ପଶୁ ରହିବାକୁ ମଧ୍ୟ ଯୋଗ୍ୟ ନୁହେଁ ହେଲେ ବି ମୁଁହ ମାଡି ପଡି ରହିଛନ୍ତି ଏମାନେ |ସରକାରୀ ଯୋଜନା କୁ ଯଦି ଏପରି ପ୍ରକୃତ ହିତାଧିକାରୀ ନପାନ୍ତି ତେବେ ଏତେ ସବୁ କାର୍ଯ୍ୟ କାହା ନିମନ୍ତେ | ଇଟା ଭାଟି ଘରକୁ ଉପରେ ଖୋଲା ଆକାଶ ଏପଟେ ଜୀବଜନ୍ତୁ ଙ୍କୁ ଭୟ ସେପଟେ ଦିନମଜୁରିଆ ଭାବରେ ଓଳିଏ ଖାଇ ଓଳିଏ ଓପାସ | ତେବେ କେବେ ନିଦ ଭାଙ୍ଗିବ ପ୍ରଶାସନ ର ଆଉ ସୁବିଧା ପାଇବେ ଏହି ପରିବାର ଲୋକେ | ନୂଆ ସରକାର ଙ୍କୁ ଏହି ପରିବାର ଆବାସ ଯୋଜନା ପାଇବା କୁ ଅନୁରୋଧ କରିଛନ୍ତି | ଏମାନଙ୍କ ଆଶା କେତେ ଦୂର ସରକାରଙ୍କ ନିକଟରେ ପହଂଚିବ ଏବଂ ଏମାନଙ୍କ ଦୁଃଖ ଦୂର ହେବ ତାହା ଦେଖିବାକୁ ବାକି ରହିଲା |