ଓଜନ ମେସିନ ଟ୍ୟାମ୍ପରୀଙ୍ଗ କୁ ନେଇ ବିବାଦ

:ରିଟେଲର ଙ୍କ ଦ୍ୱାରା ହିତାଧିକାରୀ ମାନଙ୍କୁ ଓଜନ ମେସିନ ରେ ହେରା ଫେରି କରି ଚାଉଳ ଦିଆ ଯାଉ ଥିବା ଘଟଣା କିଛି ପ୍ରମୁଖ ଓଡ଼ିଆ ସମ୍ବାଦପତ୍ର ରେ ବାହାରିବା ପରେ ଆମ ପ୍ରତିନିଧି ଘଟଣା ର ସତ୍ୟତା ଜାଣିବାପାଇଁ ପହଂଚି ଥିଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପାଳିକା ର 13 ନମ୍ବର ୱାର୍ଡ ରେ। ସୂଚନା ଅନୁଯାଇ ସାଧାରଣ ନିର୍ବାଚନ ପରେ ଯୋଗାଣ ବିଭାଗ ପକ୍ଷରୁ 3 ମାସ ର ମାଗଣା ଚାଉଳ ଯୋଗାଇ ଦିଆ ଯାଇଛି। ଏହି ଚାଉଳ ବଣ୍ଟନ ପାଇଁ ରିଟେଲର ରାକେଶ ମହାନ୍ତି ଚାଉଳ ଉଠାଇ ନିଜ ବଡଭାଇ ବିଶ୍ୱଜିତ ଙ୍କୁ ବଣ୍ଟନ କରିବା ପାଇଁ କହିଥିଲେ।

କିଛି ଉପଭୋକ୍ତା ଚାଉଳ କମ ରହୁଥିବା ନେଇ ସନ୍ଦେହ କରି ଅନ୍ୟ ଦଣ୍ଡି ରେ ପକାଇବା ପରେ ପାଖାପାଖି ମୁଣ୍ଡ ପିଛା 200 ଗ୍ରାମ ଚାଉଳ କମ ଥିବା ଦେଖି ଅସନ୍ତୁଷ୍ଟ ହେବା ସହ ରିଟେଲର ଦାଇତ୍ୱ ରେ ଥିବା ବିଶ୍ୱଜିତ ଙ୍କୁ ଜଣାଇ ଥିଲେ। ମାତ୍ର ମାସକ ପୂର୍ଵରୁ ଓଜନ ମାପ କଣ୍ଟା କୁ ରିନୁ କରିଥିବା ରିଟେଲର ମାପ କଣ୍ଟା ରେ ତୃଟି ଥିବା ଜାଣି ଆଶ୍ଚର୍ଯ୍ୟ ହେବା ସହ ଯେଉଁ ମାନେ ଚାଉଳ ନେଇଥିଲେ ସେମାନଙ୍କୁ ଚାଉଳ ଫେରାଇଦେବା ପାଇଁ କହିବା ସହ ମାପ କଣ୍ଟା ସଜଡା ହେବାପରେ ପୁନର୍ବାର ଚାଉଳ ଦିଆଯିବ କହି ଗୋଦାମ ଘର ବନ୍ଦ କରିଦେଇ ଥିଲେ। ଅପର ପଟରେ ଗଣ ମାଧ୍ୟମ ପାଖରେ ଖବର ପହଂଚିବା ପରେ ଅକଳ ରେ ପଡିଯାଇଥିଲେ ମାପ ଓ ଓଜନ ବିଭାଗ। ସିଲ ଖୋଲା ଯାଇ ନ ଥିବା ମାପ କଣ୍ଟା ରେ କିପରି ଓଜନ କମ ହେଲା ଏହାର ସଠିକ ଉତ୍ତର ନଦେଇ ସବୁ ଦୋଷ ରିଟେଲର ର ବୋଲି କହି ଥିଲେ। ଏଠି ପ୍ରଶ୍ନ ସିଲ ଖୋଲା ନଯାଇ ମାପ କଣ୍ଟା ଟାମ୍ପରିଙ୍ଗ କରି ହେବକି? ଯଦି ହଁ ତାହେଲେ ଓଜନ ଓ ମାପ ବିଭାଗ ପକ୍ଷରୁ ରିନୁ ବାବଦରେ ବର୍ଷକୁ ଛ ହଜାର ଟଙ୍କା ରୁ ଅଧିକ ଟଙ୍କା ନେଉଥିବା ଏହି ବିଭାଗ ଏହାକୁ ରୋକିବାକୁ କାହିଁଙ୍କି କରୁନି ପ୍ରୟାସ? ବାସ୍ତବ କଥା ଓଜନ କଣ୍ଟା କୁ ଠିକ ଭାବେ ନ ପରଖି ସିଲ କରୁଥିବା ଅଧିକାରୀ ମାନେ ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ରିଟେଲର ଉପରେ ଦୋଷ ଲଦୁନାହାଁନ୍ତି ତ? ନା ବିଚରା ରିଟେଲର କୁ ହଟାଇବା ପାଇଁ ହୋଇଛି ଷଡ଼ଯନ୍ତ୍ର? ଏବେ ଆସନ୍ତୁ ଶୁଣି ନେବା ଘଟଣା ପଛର ସତ୍ୟତା କୁ ନେଇ ଉପଭୋକ୍ତା ମାନଙ୍କ ପ୍ରତି କ୍ରିୟା.।