ଭେଣ୍ଡିଂ ଜୋନ ବନାଇଲ କିଆଁ

ଭେଣ୍ଡିଂ ଜୋନ ବନାଇଲ କିଆଁ । ଆମକୁ ଦେଉନ କିଆଁ । ବ୍ୟବସାୟୀ।ନିମାପଡା ଏନସି ପକ୍ଷରୁ ପ୍ରାୟ ୨୫ ଲକ୍ଷ ଟଙ୍କା ବ୍ୟୟରେ ପୂର୍ତ୍ତବିଭାଗ ଅଫିସ ସମ୍ମୁଖ ଏବଂ ଦମକଳ ଅଫିସ ସମ୍ମୁଖରେ ନିର୍ମିତ ହୋଇଛି ୨୭ଟି ଭେଣ୍ଡିଙ୍ଗ ଜୋନ। ଉଦ୍ଦେଶ୍ୟ ଥିଲା ଏନଏସି ଅଞ୍ଚଳର ଅସ୍ଥାୟୀ ଉଠା ଦୋକାନୀମାନଙ୍କୁ ବ୍ୟବସାୟ ପାଇଁ ସ୍ଥାୟୀ ଦୋକାନ ଘର ଯୋଗାଇ ଦେଇ ଥଇଥାନ କରିବା। ସହରକୁ ସରସ ସୁନ୍ଦର କରିବା ନିମନ୍ତେ କେଉଁ କାଳରୁ ବେଉସା କରୁଥିବା ଦୋକାନୀଙ୍କ ଦୋକାନ ଘର ଉଛେଦ କରାଯାଇ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଥିଲା.ଭେଣ୍ଡି ଜୋନ ନିର୍ମାଣ ହେଵା ଆଜିକୁ ଦେଢ଼ ବର୍ଷ ବିତି ଗଲାଣି ଏପର୍ଯ୍ୟନ୍ତ ହିତାଧିକାରୀଙ୍କୁ ବଣ୍ଟନ ହୋଇ ପାରୁନାହିଁ। ଉଠା ଦୋକାନୀ ଚାହିଁ ବସିଛନ୍ତି ଭେଣ୍ଡିଂ ଜୋନ କେବେ ମିଳିବ। ଏହାକୁ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଗତ 1/9/3023 ରେ ଲୋକାପ୍ରିତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇ ପାରିଲାନି। କେଉଁ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରାଯାଇଛି ତାହା ମଧ୍ୟ ଜଣାପଡ଼ୁନି। କାର୍ଯ୍ୟକ୍ଷମ ନହୋଇ ପାରି ତାହା ଏବେ ବୁଲା କୁକୁରଙ୍କ ଆଶ୍ରୟ ସ୍ଥଳ ପାଲଟିଛି। ଏଠାରେ ପ୍ରଶ୍ନ ଉଠୁଛି ଯଦି ଏହି ପ୍ରକଳ୍ପମାନ ଲୋକଙ୍କ ହିତ ପାଇଁ ନିର୍ମାଣ କରାଯାଇ ଥିଲା ତେବେ କାର୍ଯ୍ୟକ୍ଷମ ହେଉନି କଣପାଇଁ? ଏତେ ତରବରିଆ ଭାବେ ନିର୍ମାଣ କରାଯାଇ ଉଦଘାଟନ କରାଗଲା କାହା ସ୍ୱାର୍ଥରେ? ଏହା କଣ ଲୋକଙ୍କ ହିତରେ ନଲାଗି କେବଳ ଠିକାଦାର ପୋଷିବା ପାଇଁ କରାଯାଇଥିଲା? ଏତେ ରାଜସ୍ୱ ଖର୍ଚ୍ଚ କରାଗଲା ହେଲେ ଯେଉଁ ଉଦେଶ୍ୟରେ ଏହା କରାଯାଇଥିଲା ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। କଣ ପାଇଁ କାର୍ଯ୍ୟକାରୀ ହୋଇ ପାରୁନି ସେଥି ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଠା ଦୋକାନୀ ମାନେ ଚାତକ ଭଳି ଚାହିଁ ବସିଛନ୍ତି କେବେ ଏହା କାର୍ଯ୍ୟକାରୀ ହେବ।ଏହି ଭେଣ୍ଡିଙ୍ଗ ଜୋନକୁ ଯଥା ଶୀଘ୍ର ବଣ୍ଟନ କରିବା ପାଇଁ ଉଠା ଦୋକାନୀ ମାନେ ଦାବୀ କରିଛନ୍ତି। ଏବେ ଉଠା ବ୍ୟବସାୟୀ ମାନଙ୍କ ଭିତରେ ଗୋଟିଏ ଚର୍ଚ୍ଚା ଭେଣ୍ଡିଙ୍ଗ ଜୋନ ବନାଇଲ କିଆଁ ଆମକୁ ଦେଉନ କିଆଁ।

Leave a Reply

Your email address will not be published. Required fields are marked *