ବଡ଼ଦାଣ୍ଡ ଆଜି ଚଳଚଞ୍ଚଳ

ବଡ଼ଦାଣ୍ଡ ଆଜି ଚଳଚଞ୍ଚଳ
ଭକତ ମାନଙ୍କ‌ ଗ୍ରହଣ ରେ ଆଜି ପୁରୀ ବଡ଼ଦାଣ୍ଡ ଚଳଚଞ୍ଚଳ
ମହାପ୍ରଭୁଙ୍କ ସାନିଧ୍ୟ ଲଭିବେ ସାରା ଭାରତର ଭକତକୁଳ।
କାଳିଆ ସାଆନ୍ତ ବଳିଆ ସାଙ୍ଗରେ ସୁଭଦ୍ରା ଭଉଣୀ ରଥେ ଶୋଭିତ
ହରିବୋଲ ହୁଳହୁଳି ସଙ୍ଗତରେ ଭକତ ଲଭନ୍ତି ଏହି ମୁହୂର୍ତ୍ତ।
ମାଉସୀ ଘରର ପୋଡ଼ ପିଠା ଆଜି ଠାକୁର ଙ୍କ ଲାଗି ହୁଏ ପ୍ରସ୍ତୁତ
ରସଗୋଲା ଭୋଗ ଲାଗିବ ପ୍ରଭୁ ଙ୍କୁ
ଜନମ ବେଦି ଯେ ଅଛି ପ୍ରସ୍ତୁତ।


ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ

Leave a Reply

Your email address will not be published. Required fields are marked *