NEWS

ପୋଲସରା ବ୍ଲକ୍ ଅନ୍ତର୍ଗତ ଜା. ଡେଙ୍ଗାପଦର ଗ୍ରାମର ଭାସ୍କର ଜେନା (ବୟସ – ୪୫) ବେଙ୍ଗଲୋର୍ ଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଏବଂ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି।