NEWS

ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସୁଶାସନ, ନୀତି ଆଦର୍ଶ ଓ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ଉପସ୍ଥିତ ରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକ ଗୋପିନାଥପୁର ପଞ୍ଚାୟତ ଘଡ଼େଇ ସାହି ଗ୍ରାମର ଶଙ୍କର ଘଡ଼େଇ ଦିଜ ଘଡ଼େଇ, ଶ୍ରୀଧର ଘଡ଼େଇ, ଭିକାରୀ ଘଡ଼େଇ ଓ ଯୋଗେନ୍ଦ୍ର ଘଡ଼େଇ ଭାରତୀୟ ଜନତା ପାର୍ଟି ପରିତ୍ୟାଗ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି।