ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
– ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ମିଳିତ ଜଣ ଅଭିଯୋଗ ଶୁଣାଣି ପ୍ରଥମ କରି ଆଜି ଠାରୁ ବିରିଡି ବ୍ଳକରେ ଆରମ୍ଭ ହୋଇଛି । ସାଧାରଣ ନିର୍ବାଚନ କୁ ନେଇ ଆଚରଣ ବିଧି ଲାଗୁ ଥିବାରୁ ଏହି ଜଣ ଅଭିଯୋଗ ଶୁଣାଣି ବନ୍ଦ ଥିବା । ଆଜି ଠାରୁ ଏହାକୁ ଆରମ୍ଭ କରାଯାଇ ଥିବା ବେଳେ ମାସର ପ୍ରତି ସୋମବାର ବିଭିନ୍ନ ବ୍ଳକରେ ଅନୁଷ୍ଠିତ ହେବ । ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଅନୁପମ ଶାହା, ଜଗତସିଂହପୁର ଏସ୍ସି ରାହୁଲ ପି ଆର , ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ବ୍ଳକର ଅଧ୍ୟକ୍ଷା ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରାୟ 20 ରୁ ଉର୍ଦ୍ଧ୍ବ ଅଭିଯୋଗ ର ଶୁଣାଣି କରି ଏହାର ସମାଧାନ କରିଥିଲେ ।