ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଅନଲାଇନ ଅଟୋ ସଙ୍ଘ ତରଫରୁ ନିଆରା ପ୍ରତିବାଦ ।

ଅଟୋ ଚାଳକମାନେ ଫାଇନାନ୍ସ କମ୍ପାନୀରୁ ଋଣ କରି ଅଟୋ ଆଣିଥିଲେ । ଯେହେତୁ କୋରୋନା ୨ ବର୍ଷ ହେଲା ଲାକଡାଉନ ଯୋଗୁ ଅଟୋ ସେବା ବନ୍ଦ ରହିବା ସହିତ ଉପାର୍ଜନର ପ୍ରନ୍ଥା ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଧ୍ୟ୍ୟ ଘୋଷଣା କରିଛନ୍ତି ଫାଇନାନ୍ସରୁ ରିହାତି ଦେବା ପାଇଁ, କିନ୍ତୁ ଫାଇନାନ୍ସକମ୍ପାନୀ ଜୁଲମ କରି ଅଟୋ ଚାଵବି ଛଡାଇ ନେବା ସହିତ ଦୁର୍ବ୍ୟବହାର କରି ଅଟୋ ଚାଳକ ଉପରେ ଅତ୍ୟାଚାର କରୁଛନ୍ତି। ସେଥିପାଇଁ ଅଟୋ ଚାଳକ ମାନେ ମହାତ୍ମା ଗାନ୍ଧୀ ମାର୍ଗରେ ଥାଳି ବାଡେଇ ପ୍ରତିବାଦ କରି ଥିଲେ। ସେମାନଂକର ଅଭିଯୋଗ ଥିଲା ସରକାର ଋଣ ଛାଡ କରିବା ସତ୍ୱେ ଫାଇନାନ୍ସ କମ୍ପାନୀ ସେମାନଙ୍କଠୁ ଋଣ ଆଦାୟ କରୁଛି। ସରକାର ଯଦି ଫାଇନାନ୍ସ କମ୍ପାନୀ ୨ ମାସ ଋଣ ପରିଶୋଧ ର ରିହାତି ଦିଆଗଲେ ସେମାନେ ୨ ମାସ ଭିତରେ ଅଟୋ ଚଳାଇ ଅର୍ଥ ଉପାର୍ଜନ କରି ଋଣ ପରିଶୋଧ କରିପାରିବେ।