ଚାରିଛକ ଠାରେ ନିମାପଡା କଂଗ୍ରେସ ସଙ୍ଗଠନ ପକ୍ଷରୁ ପ୍ରସ୍ତୁତି ବୈଠକ

ପୁରୀ ଜିଲ୍ଲା ନିମାପଡା ବ୍ଲକ କଂଗ୍ରେସ ସଙ୍ଗଠନ ପକ୍ଷରୁ ଚାରିଛକ ଏକାନ୍ତ ଆଶ୍ରମ ପରିସରରେ କଂଗ୍ରେସର ବରିଷ୍ଠ ନେତା ଅରକ୍ଷିତ ଜେନା ଙ୍କ ସଭାପତିତ୍ୱ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ଅକ୍ଟୋବର ୧୬ ତାରିଖ ଦିନ ପୁରୀର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚାରି ଦ୍ୱାର ଖୋଲା ଉଦ୍ଦେଶ୍ୟ ରେ ଓଡିଶା କଂଗ୍ରେସ ପକ୍ଷରୁ ଏକ ଜନ ଆନ୍ଦୋଳନ କରାଯିବ ବୋଲି ଏହି ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଯୁବ କଂଗ୍ରେସ ସଭାପତି ସୁଶାନ୍ତ ଜେନା ,କାଳନ୍ଦୀଚରଣ ବାରିକ ,ବିପିନ ବିହାରୀ ବେହେରା , ନବଘନ ମଲ୍ଲିକ , ପର୍ଶୁରାମ ପରିଡା , ନରେନ୍ଦ୍ର ପରିଡା , ମାନସ ସ୍ୱାଇଁ , ବାବୁ ପାଟଶାଣୀ , ପପୁନି ବସ୍ତିଆ ,ଗିରିଧାରୀ ଭୋଇ , ଦିଲିପ ବିଶ୍ୱାଳ , ବନ ବିହାରି ଦାସ , ଅର୍ଜୁନ ସ୍ୱାଇଁ ,ଦେଵବ୍ରତ ପାତ୍ର ,ରଘୁନାଥ ବେହେରା ,ସେକ ଓୟାଦି , ବଟକୃଷ୍ଣ ସ୍ୱାଇଁ ,ଶିବ ବିଶ୍ୱାଳ ,ଗୋବିନ୍ଦ ମଲ୍ଲିକ ,ପ୍ରମେଶ ମଲ୍ଲ ,ଅଜୟ ଚାଟୋଇ , ବିଜୟ ଭୋଇ ,ପ୍ରଦୀପ କୁମାର ମହାନ୍ତି , ରାମଚନ୍ଦ୍ର ବିଶ୍ୱାଳ ,ଧର୍ମାନନ୍ଦ ନାୟକ ସହିତ ୫୦ ରୁ ଉର୍ଦ୍ଧ୍ବ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହିଥିଲେ ।