୧୨ ତମ କିଶୋର ପଣ୍ଡା ମେମୋରିଆଲ ୨୮ତମ ନିମାପଡ଼ା କପ କ୍ରିକେଟ

ଆସନ୍ତା ଜାନୁଆରୀ ତା ୭ ରୁ ୧୪ ରିଖ ପର୍ଯ୍ୟନ୍ତ ନିମାପଡ଼ା ଆଥେଲେଟିକ ଆସୋସିଏସନ ପକ୍ଷରୁ ୧୨ ତମ କିଶୋରପଣ୍ଡା ମେମୋରିଆଲ ୨୮ତମ ନିମାପଡ଼ା କପ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ l ଟୁର୍ନାମେଣ୍ଟରେ ଭୁବନେଶ୍ୱର ଏକାଦଶ ଭୁବନେଶ୍ୱର,ବିଡାନାସୀ କ୍ରିକେଟ କ୍ଲବ କଟକ, ଡିଆରକେ କ୍ରିକେଟ କ୍ଲବ ବାରିପଦା, ମାଷ୍ଟର କ୍ରିକେଟ କ୍ଲବ କଟକ, ବିଶ୍ୱଭାରତୀ କ୍ରିକେଟ କଟକ, ଆଥେଲେଟିକ ଆସୋସିଏସନ ନିମାପଡ଼ା, ୟୁ ଆଣ୍ଡ ମି କ୍ରିକେଟ କ୍ଲବ ବାଲେଶ୍ୱର ଏବଂ ରାଇଜିଙ୍ଗ କ୍ରିକେଟ କ୍ଲବ ରାଉଲକେଲା ଭଳି ପ୍ରମୁଖ ୮ଟି କ୍ରିକେଟ କ୍ଲବ ଭାଗନେବାର କାର୍ଯ୍ୟକ୍ରମ ରହିଛି l ଚମ୍ପିୟାନ ଦଳକୁ ନଗଦ ଟ ୫୧ ,000ଙ୍କା ଏବଂ ଉପବିଜେତା ଦଳକୁ ଟ ୩୧,000ଙ୍କା ଟ୍ରଫି ପ୍ରଦାନ କରାଯିବ l ପ୍ରତ୍ୟେକ ମ୍ୟାଚ ୩0 ଓଭର ଲେଖାଏଁ ଖେଳାଯିବ l ଧଳା ପୋଷାକ ସହିତ ନାଲି ବଲରେ ଖେଳାଯିବ ବୋଲି ଆଜି ଦିନ ୧୨ ଟା ବେଳେ ସ୍ଥାନୀୟ ଗ୍ରୀନଲ୍ୟାଣ୍ଡ ମଣ୍ଡପ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଆସୋସିଏସନର କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା ସୂଚନା ଦେଇଛନ୍ତି l ଆଜିର ଖବରଦାତା ସମ୍ମିଳନୀରେ ଆସୋସିଏସନ କର୍ମକର୍ତା ଓସିଏ ପ୍ୟାନେଲ ଅମ୍ପୟାର ନିର୍ମଳ ମିଶ୍ର, ସତ୍ୟନ୍ଦ୍ର ମୋହନ ମହାନ୍ତି, ଅଭିନନ୍ଦନ ପାତ୍ର ଓ ଅଭିଜିତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *