ବହୁ ଚର୍ଚ୍ଚିତ ଦୀପକ ମାହୁଁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ବିଭତ୍ସ ହତ୍ୟା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବହୁ ଚର୍ଚ୍ଚିତ ଦୀପକ ମାହୁଁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସାହୁଙ୍କୁ ବିଭତ୍ସ ଭାବେ ହତ୍ୟା କଲେ ଦୁର୍ବୁତ୍ତ । କାମାକ୍ଷାନଗର ଥାନା ଆଳତୁମା ଗାଁ ରେଲୱେ ଓଭର ବ୍ରିଜ ପାଖ ସଉରିଆ ନିକଟରେ ହତ୍ୟା । ଘଟଣା ସ୍ଥଳରୁ ରକ୍ତ ଜୁଡୁବୁଡୁ ମୃତ ଦେହ ସହ ଗୁଳି ଜବତ । ବିଳମ୍ବିତ ରାତିରେ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ ।ଗତ ୨୦୨୧ ମସିହା ସେପ୍ଟେମ୍ବର ମାସ ୨୪ ତାରିଖ ବିଳମ୍ବିତ ରାତିରେ ବାରୁଆଁର ପୂର୍ବତନ ସମିତିସଭ୍ୟ ଦୀପକ ମାହୁଁନ୍ତ କରାଯାଇଥିଲା ନିର୍ମମ ହତ୍ୟା । ପଣ୍ଡୁଆ-ଜିରାଳ ରାସ୍ତାର ଜାମୁନାଳୀ ନିକଟରେ କରାଯାଇଥିଲା ହତ୍ୟା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ନିରଞ୍ଜନ ସାହୁ। ଗତ କିଛି ମାସ ତଳେ ବେଲ୍ ରେ ଆସିଥିଲେ ନିରଞ୍ଜନ। ଗତ କାଲି ବାଲି ଘାଟ କାମରେ କାମାକ୍ଷାନଗର ଆସିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ବଡ଼ ଭାଇଙ୍କ ସର୍ବେଶ୍ୱରଙ୍କ ସ୍ପଷ୍ଟୋକ୍ତି । ଘଟଣା ସ୍ଥଳରେ କାମାକ୍ଷାନଗର ଏସଡିପିଓ ପ୍ରଭାତ ରଞ୍ଜନ ତ୍ରିପାଠୀ ଓ ଥାନା ଅଧିକାରୀ ଶରତ ମହାଳିକଙ୍କ ତନାଘନା ଜାରି ।

Leave a Reply

Your email address will not be published. Required fields are marked *