ନିଶାମୁକ୍ତ ଭଦ୍ରକ।

ଭଦ୍ରକ ,୨୧/୭:- ଭାରତୀୟ ଜନତା ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ ଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲା ବନ୍ତ ଛକ ଠାରେ “ନିଶାମୁକ୍ତି ଦସ୍ତଖତ” ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରି ଧଳ ଏବଂ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିକାଶ ସ୍ରଷ୍ଠା ଉପସ୍ଥିତ ରହି ଦସ୍ତଖତ ଅଭିଯାନ ଶୁଭାରମ୍ଭ କରିଥିଲେ ।ଏଥିରେ ଭଦ୍ରକ ଜିଲ୍ଲାର ଶତାଧିକ ଜନ ସାଧାରଣ ସହଯୋଗ କରି ଧଳା ଜହର ବିରୁଦ୍ଧରେ ନିଜ ନିଜର ମତ ପ୍ରକାଶ କରିଛନ୍ତି ।