ସରକାର ଶୁଣିଲେନାହିଁ ବେସରକାରୀ ସଂସ୍ଥା ନିଃସ୍ୱାର୍ଥ ପରିବାର ଦ୍ଵାରା ସଫେଇ

ଗୋପ :- ପୁରୀ ଜିଲ୍ଲାର ଗୋପ ବ୍ଲକ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଯୁବ ସଂଗଠନ ‘ ନିଃସ୍ୱାର୍ଥ ପରିବାର’ ର ସଦସ୍ୟ ଙ୍କ ଦ୍ଵାରା ବିଗତ 9 ବର୍ଷଧରି ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ ରେ ନିୟୋଜିତ l ଏହା ଯେ ଖାଲି ରାସ୍ତା ଘାଟ ନାଳ ନର୍ଦମା ଗଡିଆ ହ୍ରଦ ପୁଷ୍କରିଣୀ ଗାଁ ଗଣ୍ଡା ଆଦି ସ୍ଵଛତା ଉପରେ ଗୁରୁତ୍ୱ ଦିଅନ୍ତି ତାହା ନୁହେଁ, ବରଂ ପୁରୀ ଜିଲ୍ଲାରେ ଥିବା ସମସ୍ତ ସ୍କୁଲ କଲେଜ ସହିତ ପଞ୍ଚାୟତ ରେଥିବା ଦେବଦେବୀ ମନ୍ଦିର ଆଦିକୁ ପରିଷ୍କାର ପରିଚନ୍ନତା ଏବଂ ହଜାର ହଜାର ସଂଖ୍ୟରେ ବୃକ୍ଷ ରୋପଣ କରି ଏକ କୀର୍ତି ଅର୍ଜନ କରିଛନ୍ତି l ରବିବାର ଦିନ ଗୋପ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଟି ଅଳିଆ ଗଦା ସମ୍ପର୍କ ରେ ଖବର ପ୍ରସାରଣ ହେବାରୁ ଉକ୍ତ ସଂଗଠନ ଦ୍ଵାରା ସଫେଇ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ନିଃସ୍ୱାର୍ଥ ପରିବାର ଉପଦେଷ୍ଠା ପ୍ରକାଶ ଚନ୍ଦ୍ର ଖଟୋଇ, ରାଜସ୍ବ ନିରୀକ୍ଷକ ଅଧିକାରିଣୀ ଜି.ରଶ୍ମିତା ପ୍ରଧାନ, ମହମ୍ମଦ ସାହାଜାହାନ, କମଳ ଭୂଷଣ ଉପାଧ୍ୟାୟ, ସଭାପତି ରତ୍ନାକର ସେଠୀ, ସମ୍ପାଦକ ସିଲନ କୁମାର ମହାନ୍ତି, ରତିକାନ୍ତ ବେହେରା, ତ୍ରିଲୋଚନ ପାତ୍ର, ସୁବେଦାର ସତ୍ୟନାରାୟଣ ସେନାପତି, ତରୁଣ ପରମାଣିକ, ମନୋଜ ସାହୁ, ସୁଶାନ୍ତ ସାହୁ, ନୃସିଂହ ମୁରୁଡି, ତନବୀର ଖାନ, ପ୍ରଦୀପ୍ତ ସିଂହ, ଅଜୟ ପୃଷ୍ଟି, ବିଶ୍ୱଜିତ ପୃଷ୍ଟି,, ତାପସ କୁମାର ସାହୁ, ସ୍ମୃତି ରଞ୍ଜନ ପୃଷ୍ଟି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *