ମିଳୁନି ସରକାରୀ ସହାୟତା

କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ଟିକାବାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛତିଝାର ଗ୍ରାମର ବାସ କରୁଥିବା ପପୁ ନାୟକ ଗତବର୍ଷ ଅକ୍ଟୋବର ମାସ 9 ତାରିଖ ଦିନ ଓଟ ଦୁର୍ଘଟଣା ରେ ଶିକାର ହୋଉ, ଗୋଟିଏ ଗୋଡ଼ ସମ୍ପୂର୍ଣ ଅଚଳ ହୋଇ ଘରେ ପଡିରହିଥିବା ଦେଖିବାକୁ ମିଳିଛି !
ସୂଚନା ଅନୁସାରେ ପପୁ ନାୟକ ଙ୍କ ମୋଟ ପରିବାର କହିଲେ ପିଲାଛୁଆ ବୃଦ୍ଧ ବାପା ମାଆ ଓ ପପୁ ଙ୍କ ସ୍ତ୍ରୀ ମିଶି ମୋଟ 7 ଜଣ ବାସ କରନ୍ତି,ଏବଂ ପପୁ ଏକ ଗରିବ, ଦିନମଜୁରିଆ ଭାବରେ ପରିଚିତ , ପ୍ରତି ଦିନ ମଜୁରୀ ଗଲେ ପରିବାର ରେ ଚୁଲି ଲାଗେ,କିନ୍ତୁ ରୋଜଗାର କରି ପରିବାର ଚଳାଉଥିବା ପୁଅ କୁ ପଙ୍ଗୁ କରି ଦାଉ ସାଜିଛି ବିଧାତା.
ବର୍ତମାନ ପପୁ କୁ ମିଳିନାହିଁ ଆବାସ ଯୋଜନାରେ ଘର ଖଣ୍ଡିଏ କିମ୍ବା ସାମାଜିକ ସୁରକ୍ଷା ଯୋଜନାରେ ମାସିକ ଅକର୍ମଣୀୟ ଭତା , ବାରମ୍ବାର ପ୍ରଶାସନ କୁ ଗୁହାରି କରିଥିଲେ ସୁଦ୍ଧା ସରକାର ସହାୟତା ପାଇବାରେ ସେମାନେ ବଂଚିତ ।
ବାଲିଗୁଡା ରୁ ଭବାନି ଶଙ୍କର ଜେନାଙ୍କ ରିପୋର୍ଟ
