ପୋଲର ନାହିଁ ସୁରକ୍ଷା ବାଡ଼;ଦୁର୍ଘଟଣା ଆଶଙ୍କା

ବନ୍ତ,ତା୧୮/୭:ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଂଚାୟତ ଅନ୍ତର୍ଗତ ଆପ୍ତିରା ଗ୍ରାମଦେଇ ଯାଇଥିବା କେନାଲ ପୋଲର ସୁରକ୍ଷା ବାଡ଼ା ନଥିବାରୁ ଦୁର୍ଘଟଣା ଘଟିବା ଆଶଙ୍କା ଦେଖାଦେଇଛି । ଉକ୍ତ ପୋଲ ଉପରେ ବଡ଼ବର୍ଚ୍ଚିକୟାଁ ପଂଚାୟତ ସମେତ କାଦବରାଙ୍ଗ,ଆଡ଼ିଆ,ପୁରୁଷଣ୍ଢ ଆଦି ପଂଚାୟତର ବାସିନ୍ଦା ଯାତାୟାତ କରିଥାନ୍ତି । ବହୁଦିନ ହେବ ଏହାର ମରାମତି କାର୍ଯ୍ୟ ହୋଇନଥିବାରୁ ଉକ୍ତ ପୋଲ ଉପରେ ଗୋରୁଗାଈ ଯାଉଥିବା ବେଳେ ପେଲାଠେଲା ହୋଇ ତଳକୁ ଖସି ମୃତ୍ୟୁ ବରଣ କରିବାର ସମ୍ଭାବନା ଦେଖାଯାଇଥିବା ବେଳେ ପିଲାମାନଙ୍କ ସମେତ ରାତ୍ରୀ ସମୟରେ ଗାଡ଼ି ଚାଳକଙ୍କ ପାଇଁ ମଧ୍ୟ ଏହା ବିପଦ ସୃଷ୍ଟି କରୁଛି । ବର୍ତ୍ତମାନ ବର୍ଷା ଋତୁ ଚାଲୁଥିବାରୁ ଓ କେନାଲରେ ପାଣି ଥିବାରୁ ଏହା ବିପଦ ଆଶଙ୍କାକୁ ଦ୍ୱିଗୁଣିତ କରିପକାଇଛି । ତେଣୁ ବିଭାଗୀୟ ଉଚ୍ଚକର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସୁରକ୍ଷା ବାଡ଼ା ନିର୍ମାଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *