କ.ନୂଆଗାଁ ବ୍ଲକ ସ୍ତରୀୟ ଜନଜାତି ମହୋତ୍ସବ ଉଦଘାଟିତ

କ.ନୂଆଗାଁ – କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସ୍ତରୀୟ ଜନଜାତି ମହୋତ୍ସବ ହାଇସ୍କୁଲ ଖେଳ ପଡିଆ ଠାରେ ଆଜି ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ବିଭିନ୍ନ କ୍ରୀଡା,କଳା,ସଂସ୍କୃତି,ଜନ ଜାତି ମାନଙ୍କ ମଧ୍ୟରେ ଉତ୍ସାହ ଉନ୍ମାଦନା ଓ ପ୍ରେରଣା ଭରି ଦେବା ପାଇଁ ମହୋତ୍ସବ ଆୟୋଜିତ ହେଉଥିବା ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ପ୍ରଥମେ ପୂଜା ଅର୍ଚ୍ଚନା ପୂର୍ବକ ମା ଧୁଙ୍ଗିଆ ଦେଇଙ୍କୁ ବିରାଟ ପଟୁଆରରେ ସେଠାରୁ ମଶାଲ ଶୋଭାଯାତ୍ରାରେ ବାହାରି କ.ନୂଆଗାଁ ହାଇସ୍କୁଲ ପଡିଆରେ ପହଞ୍ଚି ଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ରୋଦନ ମଲ୍ଲିକ ଯୋଗଦେଇ ସାଂସ୍କୃତିକ ମହୋତ୍ସବକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଅନ୍ୟ ତମ ସମ୍ମାନୀତ ଅତିଥି ବିଧାୟକ ଚକ୍ରମଣି କହଁର, ବିଡିଓ ମନ୍ନଥ ନାଥ ମଲ୍ଲିକ,ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହରା, ଉପାଧ୍ୟକ୍ଷ ଧବଳେଶ୍ୱର ପାତ୍ର, ଜିଲ୍ଲାପରିଷଦ ସଭ୍ୟା ଅନିତା ମଲ୍ଲିକ, ସାଂସଦ ପ୍ରତିନିଧି ସହଦେବପାତ୍ର, ଜିଲ୍ଲା କୁଇ ସମାଜ ଜିଲ୍ଲା ସଂଯୋଜକ ପ୍ରାଣେଶ୍ୱର ପ୍ରଧାନ, ବ୍ଲକ କୁଇ ସମାଜ ସଭାପତି ସିନାଲା ପ୍ରଧାନ, ବିଜେଡ଼ି ସଭାପତି ଭାଗ୍ୟବାନ ବେହେରା, ପ୍ରମୁଖ ମଞ୍ଚାସୀନ ଥିଲେ। ନାଚଗୀତ ଓ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହ ଆବାସ ଯୋଜନା ଠିକ୍ ସମୟରେ ଘର ନିର୍ମାଣ କରିଥିବାରୁ ହିତାଧିକାରୀ ହାରାବେହେରା, ଲିଲିମା ବିଷୋୟୀ,ସୁରେଖା ଦିଗାଲ,ଅନୁପମା ପାତ୍ର,ନିକି କହଁରଙ୍କୁ ମଞ୍ଚରେ ଅତିଥି ମାନଙ୍କ ଦ୍ଵାରା ୨୦,୦୦୦/- ଟଙ୍କା ଚେକ ପ୍ରଦାନ କରାଯାଇଥିଲା। ବ୍ଲକ ସମ୍ପ୍ରସାରଣ ଅଧିକାରୀ ଗୁରୁମାଝି ପଡରା,ଓ ସିପି ରାକେଶ କୁମାର ସାହୁ ସଂଯୋଜନା କରିଥିବା ବେଳେ ସରକାରୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତ୍ରିଲୋଚନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।ବାଇଟି – 1 ଚକ୍ରମଣୀ କଂହର M.L.A Baligudaବାଇଟି – 2 B.D.O.ମନ୍ମଥ ନାଥ ମଲ୍ଲିକ