ପଶ୍ଚିମ ଓଡିଶା ର କୃଷି ଭିତ୍ତିକ ମହାନ ପର୍ବ ତଥା ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ, ଓ ସାମାଜିକ ଚଳନୀ ର ଗଣପର୍ବ “ନୂଆଖାଇ ଭେଟଘାଟ” ଗତ ଶନିବାର ଦିନ ରାଜଧାନୀ ଦିଲ୍ଲୀ ରେ ଅତି ଉତ୍ସାହ, ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି. ସ୍ଥାନୀୟ ହlଉଜ଼ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ସନ୍ଧ୍ୟା ରେ ପଶ୍ଚିମ ଓଡିଶା ରୁ ଦିଲ୍ଲୀ ରେ ଆସି ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନେ ଆସି ଭେଟଘାଟ କରି ପରସ୍ପର କୁ ନୂଆଖାଇ ଜୁହାର ଜଣାଇଥିଲେ.ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶେଷ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ର ଯାଏ ଅନୁଷ୍ଠିତ ହୋଇଥିଲା. ପ୍ରାରମ୍ଭରେ ଜୟ ଜଗନ୍ନାଥ,ଜୟ ମା ସମଲେଶ୍ୱରୀ ଧ୍ଵନି ରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା.ସୁୟାସ ମହାପାତ୍ର ଏବଂ ଆରୋହୀ ମହାପାତ୍ର ଙ୍କ ଦ୍ୱାରା ଭକ୍ତିସଂଗୀତ “ଆହେ ନୀଳ ଶୈଳ” ପରିବେଷଣ ପରେ ପରେ ଦିଲ୍ଲୀର ସଂସ୍କୃତି ଡ୍ୟାନ୍ସ ଓ ମ୍ୟୁଜିକ ଏକାଡେମୀ ତରଫରୁ ନୃତ୍ୟଗୁରୁ ଶ୍ରୀମନ୍ତ ମିଶ୍ର ଙ୍କ ନିର୍ଦ୍ଧେଶନା ରେ ଅନୁଷ୍ଠlନ ର ଛାତ୍ରୀ ମାନେ ଓଡିଶୀ, ଡାଲଖାଇ, ରଙ୍ଗବତୀ ଭଳି ଗୋଟିଏ ପରେ ଗୋଟିଏ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ.ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୋପାଳ ମିଶ୍ର, ଆଇନଜୀବୀ ପ୍ରଭାକର ମେହର, ମାନସ ଏବଂ ତାଙ୍କ ସାଥି ମାନଙ୍କ ଦ୍ୱାରା ବାରିକ ଙ୍କ ପାଇଁ ସେବାକର (ଜିଏସ. ଟି) ଲାଗୁ ବିଷୟବସ୍ତୁ କୁ ନେଇ ଏକ ମଜାଦାର ନାଟକ ଦୀର୍ଘ କୁଡ଼ିଏ ମିନଟ ଧରି ପରିବେଷଣ ହୋଇଥିଲା. ଯାହା ଦର୍ଶକ ଙ୍କୁ ହସ୍ୟରୋଳା ସୃଷ୍ଟି କରିଦେଇଥିଲା. ଆୟୋଜିତ ଏହି ଉତ୍ସବ ରେ ଶ୍ରୀ ନୀଳାଚଳ ସେବାସଙ୍ଘ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ର ସମ୍ପାଦକ ରବୀନ୍ଦ୍ର ପ୍ରଧାନ ଯୋଗଦେଇ ସମସ୍ତ ଙ୍କୁ ନୂଆଖାଇ ଅଭିନନ୍ଦନ ଜଣାଇବା ସହ ଦୀର୍ଘ ତେଇଶି ବର୍ଷ ଧରି ନୀରିବିଛିନ୍ନ ଭାବେ ରାଜ୍ୟର ପଶ୍ଚିମାଞ୍ଚଳ ର ଏହି ଲୋକପ୍ରିୟ ଗଣପର୍ବ “ନୂଆଖାଇ” କୁ ରାଜଧାନୀ ଦିଲ୍ଲୀ ରେ “ନ୍ୟାସନେଲ ନୂଆଖାଇ ସେଲିବ୍ରେସନ କମିଟି” ଯେଭଳି ପାଳନ କରି ଆମ କଳା,ସଂସ୍କୃତି, ଐତିହ କୁ ବଜାୟ ରଖିପାରିଛି ତାହା ପ୍ରତି ଓଡ଼ିଆ ଙ୍କ ପାଇଁ ଖୁସି ଓ ଗର୍ବର ବିଷୟ ବୋଲି କହିବା ସହ ଆୟୋଜିତ କମିଟି କୁ ଶ୍ରୀ ନୀଳାଚଳ ସେବାସଙ୍ଘ ତରଫରୁ ଏକ ଉପହାର,ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ.ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ପ୍ରିନ୍ସିପାଲ ସଚୀବ ପ୍ରମୋଦ କୁମାର ମିଶ୍ର ଙ୍କ ଧର୍ମପତ୍ନୀ ମଧୁଛନ୍ଦା ମିଶ୍ର, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଗୋକୁଳ ପଟନାୟକ, ଅବସରପ୍ରାପ୍ତ ବରିଷ୍ଠ ପୋଲିସ ପ୍ରଶାସକ ବିଧାନଚନ୍ଦ୍ର ନାୟକ, ଭାରତୀୟ ରାଜସ୍ବ ସେବାର ବରିଷ୍ଠ ପ୍ରଶାସକ ତଥା ଅତିରିକ୍ତ ନିର୍ଦ୍ଧେଶକ(ବୈଦେଶ ବାଣିଜ୍ୟ )ଗଙ୍ଗାଧର ପଣ୍ଡା, ଅଧ୍ୟାପକ ବଳରାମ ପାଣି, ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ତଥା ଆଇନଜୀବୀ ଇସ୍ପିତା ବେହୁରା,, ଅଧ୍ୟାପିକା ନିବେଦିତା ପ୍ରଧାନ, ଓଡିଶା ଫୋରମ ର ସମ୍ପାଦକ ରବିପାଣି, ଯୁବ ଆଇନଜୀବି ଗୌତମ ଦାସ, ଦିଲ୍ଲୀ ର ବରିଷ୍ଠ ସାମ୍ବାଦିକ ଲଷ୍ମୀନାରାୟଣ ବେବର୍ତ୍ତା, ପ୍ରମୁଖ ଏହି ଉତ୍ସବ ରେ ଯୋଗ ଦେଇଥିବା ବେଳେ ଉତ୍ସବ ପ୍ରାରମ୍ଭରୁ ଅନ୍ତିମ ପର୍ଯ୍ୟାୟ ଯାଏ ବିମଳ ପଣ୍ଡା ଅତି ସୁନ୍ଦର ଭାବେ ମଞ୍ଚ ଉପସ୍ଥାପନା କରିଥିଲେ. ଆୟୋଜିତ ଏହି ଉତ୍ସବକୁ ସର୍ବୋଚ୍ଚ ନ୍ୟାୟାଳୟ ର ବରିଷ୍ଠ କୁ ଆଇନଜୀବୀ ଡ଼:ଅଶୋକକୁମାର ପଣ୍ଡା, ଆଇନଜୀବି ଶରତନନ୍ଦ, ବରିଷ୍ଠ ସାମ୍ବାଦିକ ଡ଼:ଭବାନୀ ଦୀକ୍ଷିତ, ଡ଼. ରାଜାରାମ ପଣ୍ଡା ଏବଂ ଶ୍ରୀ ସାନ୍ତୁନୁ ମିଶ୍ର ପ୍ରମୁଖ ପରିଚାଳନା କରିଥିବା ଜଣାଯାଇଛି.

ଦିଲ୍ଲୀ ରୁ ଲଷ୍ମୀନାରାୟଣ ବେବର୍ତ୍ତା ଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *