ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ନୂଆପଡ଼ା ଜିଲ୍ଲାସ୍ତରୀୟ ରେଳି


ଓ.ବି.ସି.ର ହକ ଅଧିକାର ପାଇଁ ଆଜି ନୂଆପଡା ଜ଼ିଲ୍ଲାରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚାର ରେଲି ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି l ନୂଆପଡା ଜ଼ିଲ୍ଲା ଏକତା ଛକ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ରେଲି ବାହାରି ଜ଼ିଲ୍ଲାପାଳ କାର୍ଯ୍ୟlଳୟ ସଂମୁଖରେ ପହଂଚି ଥିଲା l ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ର ଜ଼ିଲ୍ଲା ସଂଯୋଜକ ନିର୍ଥ ନାଏକ,ରମାକାନ୍ତ ବାଗଙ୍କ ନେତୃତ୍ୱରେ ପ୍ରଦର୍ଶନୀ ରେଲିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚାର ଓଡିଶା ରାଜ୍ୟ ସଭାପତି ଜଗଦୀଶ ଯାଦବ,ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା କଳାହାଣ୍ଡି ଶାଖା ସାଧାରଣ ସମ୍ପାଦକ ଆଦିତ୍ୟ ହଂସ ଯାଦବ, ପଚିମ ଓଡ଼ିଶା ଯାଦବ ବିକାଶ ପରିଷଦ କଳାହାଣ୍ଡି ସଭାପତି ତୁଳମଣି ନାଗ,ବି.ଏମ୍.ପି. ରାଜ୍ୟ ସମ୍ପାଦକ ପ୍ରମୋଦ ଦଣ୍ଡସେନା, ଲଳିତ ନିଆଲ ଯାଦବ, ଧର୍ମରାଜ ନାଗ ବଂଶୀ,ପ୍ରେମ ରାଉତ, ଚନ୍ଦ୍ରମଣି ନାଏକ, ରାଜୀବ ତାଣ୍ଡି ଓ କୁନୁ ହଂସ ପ୍ରମୁଖ ଉଦବୋଧନ ଦେଇ .ଓ.ବି.ସି. ର ହକ ନ୍ୟାର୍ଯ୍ୟ ନିଟରେ ୫୨%, ଜାତିଭିତିକ ଜନଗଣନା,କ୍ରିମିଲିଅର ଉଛେଦ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ କ୍ଷେତ୍ରରେ ସଂଖ୍ୟାନୁପାତିକ ଅଧିକାର ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ମତ ପ୍ରକାଶ ପାଇଥିଲା l ଏହାପରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନୂଆପଡା ଜ଼ିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା l

Leave a Reply

Your email address will not be published. Required fields are marked *