ପୁରୀ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଉଦଯାପିତ।


ପୁରୀ ୪/୪ ଆମ ପାରମ୍ପରିକ ଖାଦ୍ୟ ରେ ଭରିରହିଛି ଅଜସ୍ର ପୁଷ୍ଟି ଓ ଶରୀର ପାଇଁ ଉପଯୋଗୀ ପୋଷଣ ତତ୍ତ୍ୱ।ମାଣ୍ଡିଆ ଜାତୀୟ ଖାଦ୍ୟ ଏହି ଭଳି ଯଥେଷ୍ଟ ପୁଷ୍ଟି ସାଧନ କରୁଥିବା ଖାଦ୍ୟ।ସେଥିପାଇଁ ସରକାର ଚଳିତ ବର୍ଷ ମିଲେଟ ମିଶନ ଭାବେ ଗ୍ରହଣ କରି ଏହାକୁ ଲୋକାଭିମୁଖୀ କରିବାକୁ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ।ଆଜି ପୂର୍ବାହ୍ନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ସଦଭାବନା ସଭାଗୃହ ଠାରେ ପୋଷଣ ପକ୍ଷ ଉଦଯାପିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାହୁ ପ୍ରତିଟି ସଜୀବ ପାଇଁ ଖାଦ୍ୟ ଆବଶ୍ୟକ।ତେଣୁ ସନ୍ତୁଳିତ ଓ ସମନ୍ବିତ ଖାଦ୍ୟ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ଶିକ୍ଷା ପ୍ରଗତି ଓ ସମୃଦ୍ଧି ର ମୂଳଦୁଆ।ତେଣୁ ଅଙ୍ଗନବାଡି କେନ୍ଦ୍ର ରୁ କୋମଳମତି ପିଲାଙ୍କୁ ଉପଯୁକ୍ତ ପୋଷଣ, ଶିକ୍ଷା ଓ ସଂସ୍କାର ପ୍ରଦାନ ରେ ବ୍ରତୀ ହେବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସହକାରୀ ଉଦ୍ୟାନ ଅଧିକାରୀ ମଞ୍ଜୁଳା ତ୍ରିପାଠୀ, ମିଲେଟ ବିଶେଷଜ୍ଞ ଭାବେ ପରିଚିତ ସନ୍ଦୀପ ସେନ ପ୍ରମୁଖ ଯୋଗ ଦେଇ ସମସ୍ତ ଙ୍କ ପାଇଁ ପୋଷଣର ଆବଶ୍ୟକତା ଉପାଦେୟତା ଓ ମାଣ୍ଡିଆ ଜାତୀୟ ଖାଦ୍ୟ ର ସଚେତନତା ସମ୍ପର୍କରେ ଆଲୋକପାତ କରିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ଏଥିରେ ଅଧ୍ୟକ୍ଷତା କରିବା ସହ ମା ଓ ଶିଶୁର ସ୍ୱାସ୍ଥ୍ୟ ରକ୍ଷା ପାଇଁ ବିଭାଗ ଯତ୍ନଶୀଳ ରହିଛି ବୋଲି କହିଥିଲେ।।ଏହି ଅବସରରେ ଶ୍ରେଷ୍ଠ ସିଡିପିଓ ଭାବେ ପିପିଲି ସିଡିପିଓ ସ୍ନେହଲତା ନାୟକ,ଶ୍ରେଷ୍ଠ ଅଙ୍ଗନବାଡି କେନ୍ଦ୍ର ଭାବେ ପିପିଲି ମଠସାହି ଅଙ୍ଗନବାଡି କେନ୍ଦ୍ର, ଶ୍ରେଷ୍ଠ ସୁପରଭାଇଜର ଭାବେ ସତ୍ୟବାଦୀ ର ପିୟୁଷମୟୀ ପଣ୍ଡା, ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ ଭାବେ ବ୍ରହ୍ମଗିରି ଗୋରୁଆଳ -୨ର ରୋଜାଲିନ ମିଶ୍ର, ଶ୍ରେଷ୍ଠ ହେଲପର ଭାବେ ପୁରୀ ପୌରାଞ୍ଚଳ ଶ୍ରୀକ୍ଷେତ୍ର କଲୋନୀର ବିଣାପାଣୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା।ସେହିପରି ବିଦ୍ୟାଳୟ ସ୍ତରୀୟ କୁଇଜ ପ୍ରତିଯୋଗିତାରେ ପ୍ରଥମ ଡେଲାଙ୍ଗ ର ଶୁଭଲକ୍ଷ୍ମୀ ମହାପାତ୍ର, ଦ୍ୱିତୀୟ ପୁରୀ ସଦର ର ଅଙ୍କିତା ଭୋଳ,ତୃତୀୟ ଅସ୍ତରଙ୍ଗ ର ସ୍ମୃତିଶ୍ରୀ ଗୋଛୟତ, ଚିତ୍ରାଙ୍କନ ପ୍ରତିଯୋଗିତାର ପ୍ରଥମ ବ୍ରହ୍ମଗିରି ର ରୋଶନ ମହାପାତ୍ର, ଦ୍ୱିତୀୟ ପୁରୀ ସଦରର ଆଲିଶା ପ୍ରିୟଦର୍ଶିନୀ ଜେନା, ତୃତୀୟ ଅସ୍ତରଙ୍ଗ ର ଜିଜ୍ଞାସା ସ୍ୱାଇଁ, ପ୍ରବନ୍ଧ ପ୍ରତିଯୋଗିତାର ପ୍ରଥମ ଅସ୍ତରଙ୍ଗ ର ଶୁଭଶ୍ରୀ ଗୋଛୟତ, ଦ୍ୱିତୀୟ ପୁରୀ ପୌରାଞ୍ଚଳ ର ଶ୍ରୀୟା ପ୍ରଧାନ ଓ ତୃତୀୟ କଣାସ ର ଲୋପାମୁଦ୍ରା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା।ସତ୍ୟବାଦୀ ବ୍ଲକ ଅଙ୍ଗନବାଡି ର କୁନି ଝିଅ ଅଭିଲିପ୍ସା ଦାସ, ତୃପ୍ତିମୟୀମହାପାତ୍ର ଓ ସତ୍ୟବାଦୀ ବିଦ୍ୟାଳୟ ର ଛାତ୍ରୀ ମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ପୋଷଣଯୁକ୍ତ ଓ ମାଣ୍ଡିଆ ରେ ପ୍ରସ୍ତୁତ ଖାଦ୍ୟର ପ୍ରଦର୍ଶନ କରାଯାଇଥିଲା।

Leave a Reply

Your email address will not be published. Required fields are marked *