ନୂଆପଡ଼ା ନେହେରୁ ଯୁବ କେନ୍ଦ୍ର ଏବଂ ସାଇ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ ପଞ୍ଚ ପ୍ରାଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲା ଖଡିଆଳ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ପରିସର ମଧ୍ୟରେ ନୂଆପଡ଼ା ନେହେରୁ ଯୁବ କେନ୍ଦ୍ର ଏବଂ ସାଇ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ ପଞ୍ଚ ପ୍ରାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଯୋଗ ଦେଇ ଭାରତ ଆଜାଦ ର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଯୁବ ଗୋଷ୍ଠୀ ନେତୃତ୍ବ ନେଇ ବିଶ୍ବ ଗୁରୁ ହେବାର ସହାୟତା କରିବାକୁ ଆହ୍ବାନ କରିଥିଲେ। ସଭାରେ ସାଇ ସଂସ୍ଥା ସଂଯୋଜକ ଜିତେନ୍ଦ୍ର ନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ନେହେରୁ ଯୁବ କେନ୍ଦ୍ର ଯୁବ ଅଧିକାରୀ ପ୍ରଶନ୍ନ କୁମାର ମେହେର, ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ବୋଡ଼େନ କଲେଜ୍ ଅଧ୍ୟାପକ ଡ଼.ସମୁଏଲ ଦାବୀ, ଡ.ସୁଶାନ୍ତ କୁମାର ବିଶି ଯୋଗ ଦେଇଥିବା ବେଳେ ମୁଖ୍ୟ ବ୍ୟକ୍ତ ରୂପେ ପୁସ୍ତମ ସୁନାନି ଯୋଗ ଦେଇଥିଲେ। ପଞ୍ଚ ପ୍ରାଣ ନେଇ ଦେଶର ଯୁବକ ଆଗାମୀ ୨୦୪୭ ମସିହାରେ ଭାରତକୁ ଏକ ବିକଶିତ ରାଷ୍ଟ୍ର ଗଠନ ନିଜର ଦାୟିତ୍ବ ଏବଂ ଭାଗିଦାରିତା ଜାହିର କରିବାକୁ ଶପଥ ନେଇଥିଲେ। ନିଶ୍ଚିତ ରୂପେ ଯୁବଶକ୍ତି ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଗଢି ତୋଲିବ। ଏହି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଶେଷ ରେ ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ନୂଆପଡା ଜିଲ୍ଲା ରୁ କାର୍ତ୍ତିକ ମହାନନ୍ଦ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର