ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ନେହୁରୁ ଯୁବ କେନ୍ଦ୍ର ପୁରୀ ପ୍ରଥମ

ଡେଲାଙ୍ଗ,ରାଜ୍ୟସ୍ତରୀୟ ଯୁବ ଉତ୍ସବ -୨୦୨୩ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପୁରୀ ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଜୟ ଶଙ୍କର ଯୋଶୀଙ୍କୁ ପୁରସ୍କୃତ କରିଛନ୍ତି ! ତାଙ୍କର ଉଦମ୍ୟ ରେ କେନ୍ଦ୍ର ସରକାରଙ୍କ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରେ ପୁରୀ ନେହୁରୁ ଯୁବ କେନ୍ଦ୍ର ପ୍ରଥମ ସ୍ଥାନ ଅଧିକାର କରିପାରିଛି ! ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ବିରହରେକୃଷ୍ଣପୁର ଓ ସାକ୍ଷୀଗୋପାଳ ସମେତ ଜିଲ୍ଲାର ସହିଦ ସ୍ଥାନ ଓ ଡେଲାଙ୍ଗ, କଣାସ, ପିପିଲି, ବ୍ରହ୍ମଗିରି ସହ ଜିଲ୍ଲାର ସମସ୍ତ ବ୍ଲକରୁ ମାଟି ସଂଗ୍ରହ କରାଯାଇ ଦିଲ୍ଲୀ ପଠାଯାଇଥିଲା ! ମାଟିକୁ ନମନ ବୀରଙ୍କୁ ବନ୍ଦନ, ଦେଶ ପ୍ରେମ ର ସଚେତନତା ବାର୍ତ୍ତା ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ଏହିସବୁ କାର୍ଯ୍ୟକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭୁୟସୀ ପ୍ରସଂଶା କରିଛନ୍ତି ! ପୁରୀ ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଶ୍ରୀ ଯୋଶୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି !

Leave a Reply

Your email address will not be published. Required fields are marked *