ଶହୀଦ ଦିବସରେ ନୀରବତା ପାଳନ

ପୁରୀ ୩୦/୧- ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କ ମହାପ୍ରୟାଣ ଘଟିଥିଲା।ଗାନ୍ଧିଜୀ ଙ୍କ ଅହିଂସା ମନ୍ତ୍ର ସମଗ୍ର ବିଶ୍ୱ କୁ ଆନ୍ଦୋଳିତ କରିଥିଲା। ତାଙ୍କର ତ୍ୟାଗ, ସମାୟାନୁବର୍ତ୍ତିତା ଓ ସତ୍ୟ ପ୍ରତି ନିଷ୍ଠା ସମସ୍ତଙ୍କୁ ସବୁଦିନ ପାଇଁ ଅନୁପ୍ରାଣିତ କରିଚାଲିଥିବ। ଶହୀଦ ଦିବସ ଅବସରରେ ଆଜି ଦିବା ୧୧ ଘଟିକାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ନୀରବତା ପାଳନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ପି ଡି ରଶ୍ମିରେଖା ଦାସ,ଡେପୁଟି କଲେକ୍ଟର ଇତିଶ୍ରୀ ନାୟକ,ଏଡିଏମଓ ଡା ପ୍ରଣବ ପ୍ରକାଶ ଦାଶ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇ ୨ ମିନିଟ ନୀରବତା ପାଳନ କରିଥିଲେ।

Leave a Reply

Your email address will not be published. Required fields are marked *