ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ପଶ୍ଚିମ ଓଡିଶାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ନିରୀକ୍ଷଣ :

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ପଶ୍ଚିମ ଓଡିଶାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ନିରୀକ୍ଷଣ :

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ପଶ୍ଚିମ ଓଡିଶା ଅଞ୍ଚଳର ସମ୍ବଲପୁର–ଝାରସୁଗୁଡା ରେଳ ସେକ୍ସନରେ ଚାଲୁରହିଥିବା ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଟ୍ରାଫିକ୍ ସୁବିଧା ଉନ୍ନତି କାର୍ଯ୍ୟର ବ୍ୟାପକ ନିରୀକ୍ଷଣ କରିଛନ୍ତି | ଏହି ନିରୀକ୍ଷଣରେ ଝାରସୁଗୁଡା ରୋଡ଼, ବୃନ୍ଦାମାଲ, ଲପଙ୍ଗା ଓ ସରଲା ଷ୍ଟେସନକୁ ଯୋଗ କରାଯାଇଛି ଏବଂ ଏହା ସହିତ ଏହି ଅଞ୍ଚଳର ଶିଳ୍ପ ବିକାଶକୁ ସମର୍ଥନ କରୁଥିବା ରେଲୱେ ସାଇଡିଂ ଓ ପ୍ରକଳ୍ପଗୁଡିକର ସମୀକ୍ଷା କରାଯାଇଛି |

ଶ୍ରୀ ଫୁଙ୍କୱାଲଙ୍କ ଦ୍ୱାରା ନିରୀକ୍ଷଣ କରାଯାଇଥିବା ପ୍ରମୁଖ ପ୍ରକଳ୍ପଗୁଡିକରେ ରହିଛି _ ଲପଙ୍ଗାରେ ଥିବା BPSL ସାଇଡିଂ, ଝାରସୁଗୁଡା ରୋଡ ଷ୍ଟେସନ, ବୃନ୍ଦାମାଲ–ଝାରସୁଗୁଡା ଫ୍ଲାଇଓଭର, ବୃନ୍ଦାମାଲର MAVB ସାଇଡିଂ ଓ ଯାର୍ଡ ଓ ସାରଲା ଫ୍ରେଟ୍ ଟ୍ରେନ ପରୀକ୍ଷଣ ଡିପୋ |

ଶ୍ରୀ ଫୁଙ୍କୱାଲ ମଧ୍ୟ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ସୁବାଶ ସି. ଚୌଧୁରୀ ଓ ରେଳପଥର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ଟ୍ରାଫିକ୍ ସୁବିଧା, ରେଲୱେ ଭିତ୍ତିଭୂମି ଓ ଟ୍ରେନ ପରିଚାଳନା ସମ୍ପର୍କିତ ଉନ୍ନତି ବିଷୟରେ ସମୀକ୍ଷା କରିଛନ୍ତି |

ସରଲା ଷ୍ଟେସନରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ପଣ୍ୟବାହୀ ଟ୍ରେନ ପରୀକ୍ଷଣ ଓ ରୁଟିନ ଓଭରହୌଲିଙ୍ଗ ସୁବିଧା ନିରୀକ୍ଷଣ କରିବା ଏହି ଗସ୍ତର ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଥିଲା | ଏହି ଟ୍ରେନ ପରୀକ୍ଷଣ ଓ ରୁଟିନ ଓଭରହୌଲିଙ୍ଗ ସୁବିଧା ପ୍ରତିମାସରେ 90 ରୁ 100ଟି ଟ୍ରେନ୍ ଏଗ୍ଜାମିନେସନ ଓ ୧୦୦ଟି ରେକ୍ ରୁଟିନ ଓଭରହୌଲିଙ୍ଗ ସମ୍ପାଦନ କରିପାରିବ ଯାହା ଟ୍ରେନ ପରିଚାଳନା କ୍ଷମତାକୁ ବୃଦ୍ଧି କରିବା ସହ BTAP ୱାଗନ୍‌ର ଟର୍ଣ୍ଣଏରାଉଣ୍ଡ ସମୟକୁ ୩୦% କମେଇପାରିବା ସହିତ ଲୋଡିଂ କ୍ଷମତା ଓ ସୁରକ୍ଷାକୁ ଉନ୍ନତ କରିବ |

ଏହି ସୁବିଧା ଇସ୍ପାତ, ଆଲୁମିନିୟମ ଓ କୋଇଲା ଅଭିମୁଖୀ ଶିଳ୍ପକୁ ସମର୍ଥନ କରି ବ୍ୟାପକ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି କରାଇବା ସହ ଚାକିରି ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ | ମହାପ୍ରବନ୍ଧକ ମଧ୍ୟ ଶିଳ୍ପ ବ୍ୟବସ୍ଥାପନାରେ ନିକଟ ମିଳିତ କାର୍ଯ୍ୟସୂଚୀ ଓ ସମନ୍ୱୟ ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ ଦେଇଥିଲାବେଳେ ରେଲୱେର କାର୍ଯ୍ୟକୁଷଳତା ବୃଦ୍ଧି ଓ ଜାତୀୟ ଅର୍ଥନୀତିକୁ ଲାଭ ଦେଇପାରିବ ବୋଲି ଆଶା କରାଯାଉଅଛି ।

ନିରୀକ୍ଷଣ ସମୟରେ ମହାପ୍ରବନ୍ଧକ ଷ୍ଟେସନ ଓ ଯାର୍ଡ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ଜୋରଦାର କରିବା ସହିତ ଯାତ୍ରୀ ସୁବିଧା ଯେପରିକି ଉନ୍ନତ ପ୍ରତିକ୍ଷା କକ୍ଷ, ଉତ୍ତମ ଆଲୋକ ସୁବିଧା, ପାନୀୟ ଜଳ ବ୍ୟବସ୍ଥା ଓ ଭଲ ସାଇନେଜ ବ୍ୟବସ୍ଥା ସହ ଅନ୍ୟାନ୍ୟ ଉନ୍ନତ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ଯାହା ଯାତ୍ରୀମାନଙ୍କ ପାଇଁ ନିରାପଦ ଓ ସୁବିଧାଜନକ ଅନୁଭୂତି ନିଶ୍ଚିତ କରିବ |

Leave a Reply

Your email address will not be published. Required fields are marked *