କେନ୍ଦୁଝରରେ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ
କେନ୍ଦୁଝର ୧୫/୭- ଓଡିଶା ବନ୍ଦ ଶାନ୍ତିପୂର୍ଣ୍ଣ ଆରମ୍ଭ ତୈଳଦର ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଜିଲାରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟାଳୟରେ ବାମପନ୍ଥୀ ଦଳ ପକ୍ଷରୁ ଗାନ୍ଧୀ ଛକ ଠାରେ ଏନ୍ ଏଚ ୪୯ କୁ ଅବରୋଧ କରିଛନ୍ତି । ପତାକା ଓ ବ୍ୟାନର ଧରି କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ କରୁଥିବା ଏହି ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରୁଛି । ରାସ୍ତାରେ ଶହ ଶହ ଗାଡି ଠିଆ ହୋଇଛି । ଯାତାୟତ ବନ୍ଦ ରହିଛି । ସେହିପରି ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଛୋଟ ଛୋଟ ଗାଡି ଚଳାଚଳ ସ୍ବାଭାବିକ ଅଛି । ଜିଲ୍ଲାର ସବୁ ସ୍ଥାନରେ ଏହି ଧର୍ମଘଟର ପ୍ରଭାବ ଦେଖାଦେଇଛି।