ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ସଚିବାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ -୨୦୨୫

ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ସଚିବାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ -୨୦୨୫କୃଷି ନିର୍ଦ୍ଦେଶାଳୟକୁ ସହଜରେ ପରାସ୍ତ କଲା ଜ୍ୟୋଟେ ଗ୍ରୁପ୍ଭୁବନେଶ୍ବର ତା. ୨୦.୦୨.୨୦୨୫ : ଓଡ଼ିଶା ସଚିବାଳୟ କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ହାଇଟେକ୍ ମେଡିକାଲ କଲେଜ ପଡ଼ିଆରେ ଦୀର୍ଘ ପାଞ୍ଚ ବର୍ଷ ପରେ ବେଶ୍ ଉତ୍ସାହର ସହ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ୨୦ତମ ସଚିବାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହା ଭୁବନେଶ୍ୱରର ଅନ୍ୟତମ ଅଗ୍ରଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭାବେ ପରିଗଣିତ ।ଉଦ୍ଘାଟନୀ ଉତ୍ସବରେ ହାଇଟେକ୍ ଗ୍ରୁପର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ପ୍ରଥମ ଓଡ଼ିଆ ମାଉଣ୍ଟ ଏଭରେଷ୍ଟ ଚଢାଳି ଶ୍ରୀ ଗଣେଶ ଚନ୍ଦ୍ର ଜେନା ଓ ବିଶିଷ୍ଟ କ୍ରିକେଟ୍ ପ୍ରଶିକ୍ଷକ ଶ୍ରୀ ଲଳିତ ମହାନ୍ତି ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।ପ୍ରଥମ ମ୍ୟାଚ୍ ଜ୍ୟୋଟେ ଗ୍ରୁପ୍ ଓ କୃଷି ନିର୍ଦ୍ଦେଶାଳୟ ମଧ୍ୟରେ ଖେଳାଯାଇଥିଲା। ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଜ୍ୟୋଟେ ଗ୍ରୁପ୍ । ରାକେଶ ବେହେରା (୪୬ ବଲରୁ ୬୧ ରନ୍) ଓ ରଣଜିତ ପାଇକରାୟ (୧୮ ବଲରୁ ୩୦ ରନ୍)ଙ୍କ ଚମତ୍କାର ଇନିଂସ୍

ବଳରେ ଜ୍ୟୋଟେ ଗ୍ରୁପ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୬ ରନ୍ ସଂଗ୍ରହ କରିଥିଲା । କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଶଶିକାନ୍ତ ପାତ୍ର ଓ ନିର୍ମଳ ବିଶ୍ୱାଳ ମିଳିତଭାବେ ୫୪ ରନ୍ ବ୍ୟୟ କରି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।ବିଜୟ ପାଇଁ ୧୪୭ ରନ ଆବଶ୍ୟକ କରୁଥିବା କୃଷି ନିର୍ଦ୍ଦେଶାଳୟ ୧୯.୧ ଓଭରରେ ମାତ୍ର ୧୧୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ନିର୍ଦ୍ଦେଶାଳୟ ପକ୍ଷରୁ ସନ୍ଦୀପ ଭଞ୍ଜଦେଓ (୨୪ ରନ୍) ଓ ଶଶିକାନ୍ତ ପାତ୍ର (୧୨ଟି ବଲରେ ୧୮ ରନ୍) ସଂଗ୍ରହ କରିଥିଲେ। ଜ୍ୟୋଟେ ଗ୍ରୁପର ରଞ୍ଜିତ ପାଇକରାୟ ୨୧ ରନ୍ ଦେଇ ୪ ୱିକେଟ୍ ନେଇଥିବା ବେଳେ ସାଗର ବେଉରା ୧୦ ରନ୍ ଦେଇ ୩ ୱିକେଟ୍ ନେଇ ତାଙ୍କୁ ଭଲ ସହଯୋଗ କରିଥିଲେ। ରଞ୍ଜିତ ପାଇକରାୟଙ୍କୁ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଓଡ଼ିଶା ସଚିବାଳୟ କ୍ରିକେଟ୍ ଆସୋସିଏସନ୍ ର କର୍ମକର୍ତ୍ତା- ଶଶାଙ୍କ ଶେଖର ମହାପାତ୍ର (କାର୍ଯ୍ୟକାରୀ ସଭାପତି), ସଞ୍ଜୀବ କୁମାର ମିଶ୍ର (ସାଧାରଣ ସମ୍ପାଦକ), ରାମଚନ୍ଦ୍ର ପାଣିଗ୍ରାହୀ (ଉପ-ସଭାପତି), ଅବିନାଶ ଖଣ୍ଡୁଆଳ (କ୍ରୀଡ଼ା ସମ୍ପାଦକ), ଗିରିଶ କୁମାର ଦିଗଲ (କୋଷାଧ୍ୟକ୍ଷ), ସ୍ୱର୍ଣ୍ଣେନ୍ଦୁ ମିଶ୍ର (କାର୍ଯ୍ୟନିର୍ବାହୀ ସଦସ୍ୟ), ବ୍ରହ୍ମାନନ୍ଦ ସାହୁ (ସଦସ୍ୟ) ଓ ପଦ୍ମ ଚରଣ ରାଉତ (ପୂର୍ବତନ ସଦସ୍ୟ) ପ୍ରମୁଖ ଉପସ୍ଥିତ ଥିଲେ।ସୌରଭ ପ୍ରଧାନସଦସ୍ୟ, ଓଡ଼ିଶା ସଚିବାଳୟ କ୍ରିକେଟ୍ ଆସୋସିଏସନ୍

Leave a Reply

Your email address will not be published. Required fields are marked *