ଇଂ ଦେବାଶିଷ ହୋତାଙ୍କ ନେତୃତ୍ୱରେ ଢେଙ୍କାନାଳରେ ଆନ୍ଦୋଳନ କଲେ ହଜାର ହଜାର ମହିଳା ।

ଏସ୍ଏଚ୍‌ଜି ମା ଭଉଣୀଙ୍କୁ ଅଶାଳୀନ ଭାଷା କହିଥିବା ଆଶା କର୍ମୀଙ୍କୁ ଗିରଫ କରିବା ଦାବିରେ ଆଜି ଓଡିଶା ପ୍ରଜା ସଂଘର୍ଷ ସମିତି ରାଜ୍ୟ ସଭାପତି ଇଂ ଦେବାଶିଷ ହୋତାଙ୍କ ନେତୃତ୍ବରେ ହଜାର ହଜାର ମହିଳା ଦକ୍ଷିଣକାଳୀ ଅଫିସରୁ ଏକ ବିଶାଳ ରାଲିରେ ବାହାରି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ।
ତାପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏ ସମ୍ବନ୍ଧିତ ଏକ ଦାବିପତ୍ର ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କୁ ପ୍ରଦାନ କରାଯାଇଥିଲା ।
ବିଭିନ୍ନ ଦାବି ନେଇ ଆଶା କର୍ମୀମାନେ ଭୂବନେଶ୍ଵରରେ ଆନ୍ଦୋଳନ କରୁଛନ୍ତି । ଜଣେ ଆଶା କର୍ମୀ ମିଡିଆ ସାମନାରେ ଏସ୍ଏଚ୍‌ର୍ଜି ମା ଭଉଣୀଙ୍କ ପ୍ରତି ଖରାପ କଥା କହି ଅପମାନ ଦେବା ଭିଡିଓ ଭାଇରାଲ ହେବା ପରେ ନାରୀର ସମ୍ମାନ ରକ୍ଷା ପାଇଁ ଆଜିର ଆନ୍ଦୋଳନ କରିବାକୁ ଆମେ ବାଧ୍ୟ ହେଲୁ ବୋଲି ଇଂ ହୋତା ଇତ୍ୟବସରରେ ପ୍ରକାଶ କରିଛନ୍ତି ।
ଆମର ଆଶା କର୍ମୀଙ୍କ ଆନ୍ଦୋଳନ ପ୍ରତି କୌଣସି ବିରୋଧାଭାସ ନାହିଁ । କିନ୍ତୁ ଯେଉଁ ଆଶା କର୍ମୀ ମିଡିଆ ସାମନାରେ ଏସ୍ଏଚ୍‌ଜି ମା ଭଉଣୀଙ୍କ ପ୍ରତି ଅପଶବ୍ଦ କହିବାକୁ ଦୁଃସାହାସ କରିଛନ୍ତି ସେ ନିଶ୍ଚିତ ଭାବରେ ଆଇନ ଆଖିରେ ଦୋଷୀ । ତେଣୁ ତାଙ୍କ ବିରୋଧରେ ଏଫଆଇଆର୍ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ହେବ ନାହିଁ ବୋଲି ଆଜିର ଆନ୍ଦୋଳନରେ ସ୍ୱତଃସ୍ଫୁର୍ତ ଭାବେ ସାମିଲ ହୋଇଥିବା ମହିଳାମାନେ ପ୍ରକାଶ କରିଛନ୍ତି ।

ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *