ସାମାଜିକ ସୁରକ୍ଷା ଅଭାବରୁ ବୃତ୍ତି ଛାଡ଼ୁଛନ୍ତି ଶହ ଶହ କାରିଗର

ନିଜ ହକ ପାଇଁ ଏକାଠି ହେଲେ ଓଡିଶା ଶିଳ୍ପୀ ମହାସଙ୍ଘ ର ବରିଷ୍ଠ ନେତୁତ୍ବ ଓ ଶହ ଶହ ହସ୍ତଶିଳ୍ପୀ ଓ ବୁଣାକାର କାରିଗର, କଲେ ସରକାର ଙ୍କୁ ନିଶାନା। ହସ୍ତଶିଳ୍ପୀ ଓ ବୁଣାକାର ମାନଙ୍କ ପାଇଁ ସରକାର ଙ୍କ ଦ୍ଵାରା ହୋଇ ଥିବା ମାସିକ ଆର୍ଥିକ ସହାୟତା ଘୋଷଣା କୁ ୪ବର୍ଷ ବିତିଯାଇଥିଲେ ମଧ୍ୟ ମିଳି ପାରି ନାହିଁ ସରକାରୀ ସହାୟତା । କଥା ଦେଇ ସରକାର ପ୍ରତାରଣା କରିଥିବା ନେଇ ଆଣିଲେ ଅଭିଯୋଗ ।ଏପରିକି ଖୋଦ ରାଜ୍ୟ ସରକାର ଙ୍କ ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଙ୍କ ମଧ୍ୟ ସରକାର ଙ୍କୁ ସମାଲୋଚନା କରି ହସ୍ତଶିଳ୍ପ ଓ କାରିଗର ଙ୍କୁ ସରକାର ପ୍ରତାରଣା କରିଥିବା ନେଇ ଆଣିଲେ ସଙ୍ଗୀନ ଅଭିଯୋଗ । ସରକାର ଦେଇଥିବା ପ୍ରତିଶ୍ରୁତି ରଖନ୍ତୁ ନଚେତ ଅଗଷ୍ଟ୧୫ତାରିଖରେ ବିକାଶ ପରିଷଦ ରୁ ଇସ୍ତଫା ଦେବେ ବୋଲି ଦେଲେ ଧମକ ।। କେବଳ ଏତିକି ନୁହେଁ ସରକାର ହସ୍ତଶିଳ୍ପୀ ଓ ବୁଣାକାର ୪୦ବର୍ଷୀୟ ମହିଳା ଓ ୫୦ ବର୍ଷ ପୁରୁଷ ଙ୍କୁ ମାସିକ୧୨ଶହ ଟଙ୍କା ପ୍ରଦାନ, ଭୂମିହୀନ କାରିଗର ଙ୍କୁ ଘରଢ଼ିହ,ପିଲା ଙ୍କୁ ଛାତ୍ର ବୃତ୍ତି,, ବିନା ସୁଧରେ ଋଣ ପ୍ରଦାନ, ଜୀବନ ବୀମା, କାରିଗର ହଷ୍ଟେଲ, କାରିଗର କଲ୍ୟାଣ ପାଣ୍ଠି, ବୟନ ଗ୍ରାମ ଚିହ୍ନଟ ପାଇଁ ସାଇନ ବୋର୍ଡ ବ୍ୟବସ୍ଥା, ,ଜାତୀୟ ରାଜପଥରେ କାରିଗର ହାଟ ଘୋଷଣା କରିବା ପାଇଁ ଦାବି ରଖିଥିଲା ଓଡିଶା ଶିଳ୍ପୀ ମହାସଙ୍ଘ । ବାଇଟ : ସୁଦର୍ଶନ ସାହୁ ଅଧକ୍ଷ ରାଜ୍ୟ ହସ୍ତସନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ।।

ସେପଟେ ସରକାର ଦେଇଥିବା କଥା କୁ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି ବୋଲି ବିଜେଡି ବରିଷ୍ଠ ବିଧାୟକ ସମୀର ରଂଜନ ଦାଶ କହିଥିବା ବେଳେ ବିଭିନ୍ନ ବର୍ଗର କାରିଗର ମାନଙ୍କ ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି, ସରକାର କରିଥିବା ଘୋଷଣା ଖୁବଶୀଘ୍ର କାର୍ଯ୍ୟକ୍ରମ ହେବ ବୋଲି କାରିଗର ମାନଙ୍କୁ ଆଶ୍ଵାସନା ଦେଇଥିବା ବେଳେ ପିପିଲି ରେ ଖୁବଶୀଘ୍ର କାରିଗର ମାନଙ୍କ ପାଇଁ ଦକ୍ଷତା ବିକାଶ ସେଣ୍ଟର ଖୋଲାଯିବ ବୋଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି । ବାଇଟ : ସମୀର ରଂଜନ ଦାଶ, ବିଧାୟକ, ବାଇଟ, ରୁଦ୍ର ପ୍ରତାପ ମହାରଥୀ ବିଧାୟକ।

ପିପିଲି ରେ ଆୟୋଜିତ ଏହି ସମାବେଶରେ ଓଡିଶୀ ଶିଳ୍ପୀ ମହାସଙ୍ଘ ର ସମ୍ପାଦକ ପ୍ରିୟ ରଂଜନ କର, ସଭାପତି ଉଦୟ ମହାନ୍ତି, ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ ର ସଦସ୍ୟ ଜବହାର ଖାନ,ପିପିଲି ଚାନ୍ଦୁଆ କ୍ଳଷ୍ଟର ସମ୍ପାଦକ ରମେଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ପୁରୀ ଜିଲା ପିପିଲି ରୁ ବସନ୍ତ ଖଣ୍ଡାୟତରାୟ

Leave a Reply

Your email address will not be published. Required fields are marked *