ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ ।

ସୁନାମି ପ୍ରସ୍ତୁତି ପାଇଁ ଜିଲ୍ଲାର ୪ଟି ଗ୍ରାମ ରାଜ୍ୟ ସ୍ତରରେ ପୁରସ୍କୃତ ୧୦ ହଜାର ମୃତ୍ୟୁ ରୁ ଶୂନ ମୃତ୍ୟୁ – ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଓ ସୁପରିପ୍ପଳନାରେ ଓଡ଼ିଶାର ଗରିମା ଭଦ୍ରକ, ତା ୨୯.୧୦.୨୦୨୪ ରିଖ । ୧୯୯୯ ଅକ୍ଟୋବର ୨୯ ରେ ଓଡ଼ିଶାରେ ଘଟିଯାଇଥିବା ଭୟଙ୍କର ମହାବାତ୍ୟାର ସ୍ମୃତି ତଥା ପ୍ରାକୃତିକ ବିପର୍ଯ୍ୟୟ ନେଇ ସତର୍କତା ଓ ସଚେତନତା ଉଦ୍ଦେଶ୍ୟରେ ପାଳିତ ହୋଇ ଆସୁଥିବା ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଜିଲ୍ଲା ସଦର ମହକୁମାରେ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଋଚ୍ଚନା ସଂସ୍ଥାଙ୍କ ମିଳିତ ଆନୁକୂଲ୍ୟରେ ସଂସ୍କୃତି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସଭା ପୁରସ୍କାର ବିତରଣ ଓ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇତିହାସ ଆମକୁ ଅନେକ ଶିକ୍ଷା ଦେଇଥାଏ ବୋଲି ପ୍ରକାଶ କରିଥିଲେ । ସେହି ଶିକ୍ଷାରୁ ଅର୍ଜିତ ଅଭିଜ୍ଞତା ଆଧାରରେ ସମସ୍ୟାର ସମାଧାନ ପାଇଁ ଉପାୟ ବାହାର କରାଯାଇଥାଏ । ସେହି ଆଧାରରେ ୧୯୯୯ ମହାବାତ୍ୟାର ଶିକ୍ଷା ଆଜି ଆମକୁ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସକ୍ଷମ କରାଇଛି । ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପର ସ୍ଥିତିର ମୁକାବିଲା ନେଇ ଯୋଜନାବଦ୍ଧ ପ୍ରକ୍ରିୟା ଆଜି ଅନେକ ବାତ୍ୟା ବନ୍ୟାର କରାଳ ଭୟରୁ ପୀଡ଼ିତ ମଣିଷକୁ ସାହସ ଦେଇଛି, ରକ୍ଷା କରିଛି । ସଦ୍ୟ ଘଟିଯାଇଥିବା ବାତ୍ୟା “ଦାନା” ବି ତାର ଏକ ଜ୍ଵଳନ୍ତ ଉଦାହରଣ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଏସ୍.ପି. ବାସୁଦେବ ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦର, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତନ୍ମିତା କର ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ପରିପ୍ପଳନାରେ ଭଦ୍ରକ ଜିଲ୍ଲାର ପ୍ରସ୍ତୁତି, ସମସ୍ତ ଆଶ୍ରୟ ସ୍ଥଳୀ ଗୁଡ଼ିକର ପରିସ୍ଖଳନା, ଜନ ସଚେତନତା, ସୁନାମି ମୁକାବିଲା ନେଇ ପ୍ରସ୍ତୁତି ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ସୂଚନା ଯୋଗ୍ୟକି ସୁନାମି ସଚେତନତା ଓ ପ୍ରସ୍ତୁତି ନେଇ ଭଦ୍ରକ ଜିଲ୍ଲାର ୪ଟି ଗ୍ରାମ ପାଇଁ ସଂପୃକ୍ତ ଗ୍ରାମପଞ୍ଚାୟତର ସରପଞ୍ଚଙ୍କୁ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବନ୍ଧିତ କରାଯାଇଛି । ସେଗୁଡ଼ିକ ହେଲା ବାସୁଦେବପୁର ବ୍ଲକର ପଢୁଆଁ ଗ୍ରାମପଞ୍ଚାୟତର ମୋହନପୁର ଗ୍ରାମ, ସାନକୃଷ୍ଣପୁର ଗ୍ରା.ପ.ର ସାନକୃଷ୍ଣପୁର ଗ୍ରାମ, ଅଢୁଆଁ ଗ୍ରା.ପ. ର ଅଢୁଆଁ ଗ୍ରାମ ଏବଂ ବାଲିମୁଣ୍ଡା ଗ୍ରାମପଞ୍ଚାୟତର ହାବେଳିସାହି ଗ୍ରାମ । ପ୍ରାକୃତିକ ବିପର୍ଯ୍ୟୟ ପରିପ୍ପଳନା କାର୍ଯ୍ୟକ୍ରମର ଭଦ୍ରକ ଜିଲ୍ଲା ସଂଯୋଜକ ଅମ୍ଳାନ ଅନୁପମ ସେନାପତି ମଞ୍ଚ ପରିପ୍ପଳନା କରିବା ସହିତ କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋରାପୁଟର ଦୁଇଟି ଓଡ୍ରାଫ୍ ଟିମ୍, ଜିଲ୍ଲା ଅଗ୍ନିଶମ ଦଳ ଏବଂ ରେଲିୟାନ୍ସ ଫାଉଣ୍ଡେସନ୍‌କୁ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସମ୍ବନ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *