ଜାତୀୟ ଟାଏକୋଣ୍ଡୋରେ ଓଡିଶା ଟାଏକୋଣ୍ଡୋ ଟିମ ଉପବିଜେତା ଟ୍ରଫି

ପୁରୀ: ରାଞ୍ଚିସ୍ଥିତ ହରିବଂଶ ତାନା ଭଗତ ଇଣ୍ଡୋର ଷ୍ଟାଡ଼ିୟମରେ ସେପ୍ଟେମ୍ବର ମାସ 2ତାରିଖରୁ 4ତାରିଖ ପର୍ଯନ୍ତ 2ୟ ଭଗବାନ ବିର୍ସା ମୁଣ୍ଡା ଟ୍ରଫି ଓ 14ତମ ଓପନ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଚାମ୍ପିୟନସିପ ଦୁଇଟି ଇଭେଣ୍ଟ ଯଥା କିରୋଗୀ ଓ ପୁଂସୀ ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା । ଓଡିଶା ଟାଏକୋଣ୍ଡୋ ସଙ୍ଘ ତରଫରୁ ଦୁଇଟି ଇଭେଣ୍ଟରେ 57ଜଣ ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଥିଲେ.ସେଥିରୁ 16ଜଣ ବାଳିକା ଓ 41ଜଣ ବାଳକ ପ୍ରତିଯୋଗୀ। ଓଡିଶା ପ୍ରତିଯୋଗୀ କିରୋଗୀରେ 20ଟି ପଦକ ଓ ପୁଂସୀରେ 10ପଦକ ହାସିଲ କରିଥିଲେ । କିରୋଗୀ ଇଭେଣ୍ଟରେ ସ୍ଵର୍ଣ ପଦକ 3, ରୌପ୍ୟ 4 ଓ କଂସ୍ୟ 13 ପଦକ ଯଇଥିଲା ବେଳେ ପୁଂସୀ ଇଭେଣ୍ଟରେ ସ୍ବର୍ଣ୍ଣ 5, ରୌପ୍ୟ 4 ଓ କଂସ୍ୟ 1 ପଦକ ଜିତି ଓଡିଶା ଟିମ ଦ୍ୱିତୀୟ ଉପ-ବିଜେତା ଟ୍ରଫି ଜିତିଥିଲେ। ଓଡିଶା ଟିମ ଦ୍ୱତୀୟ ଉପ-ବିଜେତା ଟ୍ରଫି ସହ ଵେଷ୍ଟ ଶୃଙ୍ଖଳା ଟିମ ଆୱାର୍ଡରେ ସମ୍ମାନିତ ହୋଇଥିଲା । ଓଡିଶାରୁ 3ଜଣ ଜାତୀୟ ରେଫେରୀ ମୌଳିନ୍ଦୁ କୁମାର ମହନ୍ତ, ପାୟଲ ବଡ଼ଜେନା ଓ ଆରିଆନ ନାୟକ ଏହି ଜାତୀୟ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଓଡିଶା ଟିମ କୋଚଭାବେ ମିଥୁନ କୁମାର ସାହୁ, ଅତାଉଲ୍ଲା ଖାନ, ପ୍ରଭାତ କୁମାର ସାହୁ, ପୃଥିଭି ରାୟଗୁରୁ, ରମାକାନ୍ତ ବେହେରା, ଏସ. କେ ତାଫିରୁଦ୍ଦିନ, ନରେଶ କୁମାର ବାରିକ ଓ ଶିବାନନ୍ଦ ରାୟଗୁରୁ ଖେଳାଳିମାନଙ୍କୁ ଟ୍ରେନିଂ ଓ ପ୍ରୋତ୍ସାହନ କରିଥିଲେ। ଏହି ଉପ-ବିଜେତା ଆଉ ଵେଷ୍ଟ ଶୃଙ୍ଖଳ ଟିମ ଆୱାର୍ଡ ପାଇଁ ଓଡିଶା ଟାଏକୋଣ୍ଡୋ ସଙ୍ଘ ଗର୍ବିତ ଆଉ ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ଓଡିଶା ଟାଏକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ସମସ୍ତଖେଳାଳି ଆଉ କୋଚମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୁରୀରୁ 15ଜଣ ପ୍ରତିଯୋଗୀ ରୁ 6ଜଣ ପ୍ରତିଯୋଗୀ 1 ରୌପ୍ୟ ପଦକ ଓ 5 ଜଣ କାଂସ୍ୟ ପଦକ ପାଇଛନ୍ତି ।