ହାଟ କରିବାକୁ ଯାଉଥିବା ବେଳେ ଅଜଣା ଗାଡି ଧକ୍କା ରେ ବୃଦ୍ଧ ମୃତ

Date-23/6/25 କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ର ଆଳତୁମା ରାମିଆଳ ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ହାଟ କରିବାକୁ ଯାଉଥିବା ବେଳେ ଅଜଣା ଗାଡି ଧକ୍କା ରେ ବୃଦ୍ଧ ମୃତ l ମୃତକ ଜଣକ କାମାକ୍ଷାନଗର ଥାନା ଗାଲୁକାଟେଣୀ ଗ୍ରାମର ଜଳଧର ସାହୁ l ସୂଚନା ଅନୁସାରେ ଜଳଧର ଏକ ସାଇକେଲ ଯୋଗେ ଗାଁ ରୁ ବାହାରି କାମାକ୍ଷାନଗର ସାପ୍ତାହିକ ହାଟ କରିବାକୁ ଆସୁଥିଲେ l ଆଳତୁମା ଗ୍ରାମ ରାମିଆଳ ବ୍ରିଜ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା l ଫଳରେ ଘଟଣା ସ୍ଥଳ ରେ ତାଙ୍କର ମୃତ୍ୟୁ ହୋଇଛି l ଦୁର୍ଘଟଣା ଖବର ପାଇ ଉତ୍ୟକ୍ତ ଲୋକେ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି ରେ ରାସ୍ତାରୋକ କରିଥିବା ବେଳେ ଡ଼ୁବୁରୀ – ତାଳଚେର ଯାତାୟତ ବାଧାପ୍ରାପ୍ତ ହୋଇଛି l ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଉତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରୁଥିବା ବେଳେ କ୍ଷତିପୂରଣ ଦାବି ରେ ଲୋକମାନେ ରାସ୍ତାରୋକ ଜିଦ ରେ ଅଟଳ ଅଛନ୍ତି l ତେବେ ୫୩ ନମ୍ବର ଜାତୀୟ ରାଜପଥ ର ଏହି ସ୍ଥାନ ରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବା ବେଳେ ଏହା ଏବେ ମରଣଯନ୍ତା ପାଲଟିଛି l ଗତ ଦୁଇ ମାସ ମଧ୍ୟରେ ଏଠାରେ ସଡ଼କ ଦୁର୍ଘଟଣା ରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇ ମେଡିକାଲ ରେ ଚିକିତ୍ସତ ହେଉଛନ୍ତି l ଏଠାରେ ଆଲୋକୀକରଣ, ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା, ହମ୍ପସ ନିର୍ମାଣ ପାଇଁ ଲୋକମାନେ ବାରମ୍ବାର ଦାବି କରୁଥିବା ବେଳେ ପ୍ରଶାସନ ର ଅପାରଗତା ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁ ଏହି ସ୍ଥାନ ଏବେ ଦୁର୍ଘଟଣା ର ହଟସ୍ପଟ ରେ ପରିଣତ ହୋଇଛି l

Leave a Reply

Your email address will not be published. Required fields are marked *