ହାତୀ ଆକ୍ରମଣରେ ବୃଦ୍ଧ ମୃତ

କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲାହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ କନ୍ତିମିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁମୁରସିଙ୍ଗା ଗ୍ରାମରର କାଳିଆ ସାହୁ ନାମକ ଜଣେ ବୃଦ୍ଧଙ୍କୁ ହାତୀ ଦଳି ମାରିଦେଇଛି। ସୂଚନା ଅନୁଯାୟୀ ସେ ଆଜି ସକାଳେ ନିକଟସ୍ଥ ପଡିଆକୁ ଶୌଚ ହେବାପାଇଁ ଯାଇଥିଲେ।ଉକ୍ତ ଅଞ୍ଚଳରେ ଥିବା ହାତୀପଲ ଙ୍କମଧ୍ୟରୁ ଏକ ହାତୀ ହାବୁଡରେ ପଡିଯାଇଥିଲେ।ହାତୀଟି ତାଙ୍କୁଆକ୍ରମଣ କରିଥିଲା।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।ଏହି ଘଟଣା ପ୍ରଚାରିତ ହେବାପରେ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି।କାରଣ ହିନ୍ଦୋଳ ବନାଞ୍ଚଳରେ ବାରମ୍ବାର ଏପରି ଘଟଣା ଘଟୁଥିବାବେଳେ ବନବିଭାଗ ଅଧିକାରୀ ମାନେ କ’ଣ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।କିଛିଦିନ ତଳେ ଏହି ଗ୍ରାମରେ ଆଉ ଜଣେବ୍ୟକ୍ତି ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ।

ରିପୋର୍ଟ-ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।

Leave a Reply

Your email address will not be published. Required fields are marked *