ମୁଜାଗଡ ଠାରେ ଓମ୍ ଶାନ୍ତି ପାଠଶାଲା ଉଦଘାଟିତ

ଭଞ୍ଜନଗର ବ୍ଳକ ଅଧୀନ ମୁଜାଗଡ ଗ୍ରାମରେ ଆଜି ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଗ୍ରାମରେ ଏକ ପାଠଶାଳା ଉଦଘାଟିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଶାଖା କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ସନ୍ତୋଷିନୀଙ୍କ ସମେତ ସରପଞ୍ଚ ସୁକାନ୍ତି ସେଠୀ,ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନାଚାର୍ଯ୍ୟ ହରିହର ସାହୁ,ସାମ୍ବାଦିକ ଶିବ ଶଙ୍କର ପ୍ରଧାନ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ। ସ୍ଥିରଚିତ୍ତ,ସୁସ୍ଥମନ ଓ ଉତ୍ତମ ଶରୀର ଗଠନ ପାଇଁ ରାଜଯୋଗ ଅଭ୍ୟାସ ଜରୁରୀ,ଯାହା ଅଧ୍ୟୟନ କାର୍ଯ୍ୟର ମୂଳ ଭିତ୍ତିକୁ ସୁଦୃଢ କରେ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଏହି ଅବସରରେ ପ୍ରଥମେ ପତାକା ଉତ୍ତୋଳନ ସହ ଫିତା କାଟି ଗୃହ ପ୍ରବେଶ କରିବା ପରେ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ଏଥିରେ ବହୁ ସ୍ଥାନୀୟ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।
ରିପୋର୍ଟ – ଶିବ ଶଙ୍କର ପ୍ରଧାନ