ଜନ କଲ୍ୟାଣ ସେବା ଟ୍ରଷ୍ଟ ତରଫରୁ ଅମର ଆତ୍ମାର ସଦଗତି କମନାରେ ଦିପଦାନ

ଜନ କଲ୍ୟାଣ ସେବା ଟ୍ରଷ୍ଟ ତରଫରୁ ଅମର ଆତ୍ମାର ସଦଗତି କମନାରେ ଦିପଦାନ।ଜଟଣୀ: ବାଲେଶ୍ୱର ବାହନଗା ଠାରେ ରେଳ ଦୁର୍ଘଟଣା, ବିଶ୍ୱପାଇଁ ଆଣିଦେଇଛି ଦୁଖର ବାତାବରଣ। ଶତାଧିକ ଶବ ସହ ଆହତ ଙ୍କ ବିକଳ ଚିତ୍କାର ସତେ ଯେପରି ସମସ୍ତ ଙ୍କୁ କରିଛି ମର୍ମାହତ। ଏଭଳି ଦୁର୍ନୀତି ବିଶ୍ୱକୁ ନଆସିବା ପାଇଁ ଜଟଣୀର ଅଗ୍ରଣୀ ସ୍ୱେଛା ସେବୀ ସଂଗଠନ ଜନକଲ୍ଯାଣ ସେବାଟ୍ରଷ୍ଟ ତରଫରୁ ଇଶ୍ୱରଙ୍କ ନିକଟରେ ଦୀପ ଜାଳି ଆକୁଳ ନିବେଦନ କରିଛନ୍ତି। ଟ୍ରଷ୍ଟର ଅଧ୍ଯକ୍ଷ ନବୀନ୍ କୁମାର ମହାପାତ୍ର ଙ୍କ ତତ୍ତ୍ୱାବଧାନରେ ସଂଗଠନ ସଂପାଦକ ନୀଲୁ ପଟ୍ଟ ନାୟକ ଙ୍କ ସଂପାଦନା କ୍ରମେ ସମସ୍ତ ସଦସ୍ଯ ଘଟେଶ୍ୱର ମନ୍ଦିରରେ ଏକାଠି ହୋଇ ୧୦୮ ଦୀପଦାନ କରିଥିଲେ | ବିଶ୍ୱକୁ ସମସ୍ତ ବିପତ୍ତିରୁ ରକ୍ଷା କରିବା ପାଇଁ ନୀରବ ପ୍ରାର୍ଥନା ଭିତରେ ଘଟେଶ୍ୱର ଙ୍କୁ ଗୁହାରି ଜଣାଇ ଥିଲେ। ମାଳ ମାଳ ଦୀପରେ ଝଲସି ଉଠିଥିଲା ଘଟେଶ୍ୱର ମନ୍ଦିର ପରିବେଶ। ଜଟଣୀର କିଛି ବୁଦ୍ଧିଜିବୀ ଏବଂ ଟ୍ରଷ୍ଟର ତରଫରୁ ୫୦ ରୁଅଧିକ ସଦସ୍ଯ ସଂଯୋଜକ ହୋଇଥିଲା ଶ୍ରୀ ବିଭୁପ୍ରସାଦ ମହାନ୍ତୀ ଙ୍କ ସଂଯୋଜନା କ୍ରମେ ଯୋଗଦାନ କରିଥିଲେ। କାର୍ଯ୍ଯକ୍ରମରେ ପରାମର୍ଶ ଦାତା ନରେନ୍ଦ୍ର ମୁଦୁଲି, ସୁଭାଶିଷ୍ ବେହେରା, ପ୍ରକଳ୍ପ ନିର୍ଦ୍ଦେଶକ ଜିତେନ୍ଦ୍ର ନାୟକ ସହୋଯୋଗ କରି ସରସ ସୁନ୍ଦର କରିଥିଲେ। ସଂପାଦକ ନର୍ମିତା ଦାଶ, ସହସଂପାଦକ ମହେଶ୍ୱର ସାହୁ, ସାଂସ୍କୁତିକ ସଂପାଦକ ସତ୍ଯ ବ୍ରତ ତ୍ରିପାଠୀ, ସଭ୍ଯ ରୁଦ୍ରନାରାୟଣ ସାହୁ, ବିଶ୍ୱରଂଜନ ସାହୁ, ଲିଟୁରଂଜନ ରାଉତରାୟ ବରିଷ୍ଠ ସଦସ୍ଯ ହରପ୍ରସାଦ ମିଶ୍ର, ମଧୁସୁଦନ ରାୟ, ଦୀନବଂଧୁ ସୁବୁଧୀ, ସଂଗ୍ରାମସାହୁ, ସ୍ମିତ୍ ପ୍ରକାଶ ମହାନ୍ତି, ପ୍ରଶାନ୍ତ କୁମାର ନାୟକ, ଶୁଭ୍ରାଂସୁ ମହାରଣା, ଆଇନ୍ ଜିବୀ ମାନସ କୁମାର ରଥ ଯୋଗଦେଇଥିଲେ। ଜଟଣୀର ବରିଷ୍ଠ ନାଗରିକ ତଥା ସାମ୍ବାଦିକ୍ ଧୀରେନ୍ ପ୍ରତିହାରୀ ଯୋଗ ଦାନକରି ଦୁର୍ଘଟଣାରେ ଶୋକସନ୍ତପ୍ତ ପରିବାରକୁ ଶକ୍ତି ଦେବା ପାଇଁ ଇଶ୍ୱର ଙ୍କୁ ପ୍ରାର୍ଥନା କରିଥିଲେ। ଶର୍ବ ଶେଷରେ ଉପସଭାପତି ଏମ୍ ଡି କରିମ୍ ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।