5Tରେ ରୂପାନ୍ତର ବିଦ୍ୟାଳୟ ର ପାଚେରି ଭୁଶୁଡ଼ିଲା

5T-ରେ ରୂପାନ୍ତର ବିଦ୍ୟାଳୟ ର ପାଚେରି ଭୁଶୁଡ଼ିଲା।
ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କବଟବନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ପାଚେରି ଗୁରୁବାର ଭୁଶୁଡ଼ି ପଡ଼ିଛି।୧୯୬୭ରେ ସ୍ଥାପିତ ଏହି ବିଦ୍ୟାଳୟ କୁ ରାଜ୍ୟ ସରକାର ୫ଟି ଯୋଜନାରେ ସାମିଲ କରି ରୂପାନ୍ତର କରିଥିଲେ । ହେଲେ ନିମ୍ନମାନର କାମ ଯୋଗୁ ଲଘୁଚାପ ଜନିତ ବର୍ଷାରେ ପାଚେରୀ ଭୁଶୁଡ଼ି ପଡ଼ିଛି ବୋଲି ଅଭିଯୋଗ ହୋଇଛି।ତେବେ ଏହି ସମୟରେ ଛାତ୍ର ଛାତ୍ରୀ ନଥିବାରୁ ଏକ ବଡ଼ ବିପଦ ଟଳିଯାଇଛି।୫-ଟି ଯୋଜନାରେ ପାଚେରୀ ନିର୍ମାଣ ପାଇଁ ଅନୁଧ୍ୟାନ ମିଳିଥିଲେ ସୁଦ୍ଧା ଠିକାଦାର ନୂଆ ପାଚେରୀ ପରିବର୍ତ୍ତେ ,ପୁରୁଣା ପାଚେରୀ କୁ ରଙ୍ଗ ବୋଲି ନୂଆ ପାଚେରୀ ରୂପେ ଦେଇଥିଲେ।ସେହିପରି ପାଚେରୀକୁ ଲାଗିରହିଥିବା ବାଳିକା ଶୌଚାଳୟ ଏବେ ଭୁଶୁଡ଼ିବା ଅବସ୍ଥାରେ ରହିଛି।ଏହି ବିଦ୍ୟାଳୟରେ ଅନେକ କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୫୮୦ ପିଲା ପାଠ ପଢୁୁଛନ୍ତି । ହେଲେ ଆବଶ୍ୟକ ସଂଖ୍ୟକ ଶିକ୍ଷକଶିକ୍ଷୟିତ୍ରୀ ନଥିବାରୁ ଶିକ୍ଷାଦାନ ବାଧା ପ୍ରାପ୍ତ ହେଉଛି।ଖାଲି ସେତିକି ନୁହଁ, ଛାତ୍ରଛାତ୍ରୀଙ୍କ ସାଇକେଲ ରଖିବାପାଇଁ କୌଣସି ସୁବିଧା ନାହିଁ।ଏବେ ବର୍ଷା ଦିନ ହୋଇଥିବାରୁ ସ୍କୁଲ ବାରଣ୍ଡା ରେ ବସି ପିଲାମାନେ ମଧ୍ୟାହ୍ନ ଭୋଜନ କରୁଛନ୍ତି।ତେଣୁ ବିଦ୍ୟାଳୟର ଏସବୁ ସମସ୍ୟା ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅବିଭାଗକ ମହଲରେ ଦାବି ହୋଇଛି।

ଯାଜପୁର – ଈଶ୍ୱର ଚନ୍ଦ୍ର ବାରିକ reporter

Leave a Reply

Your email address will not be published. Required fields are marked *