ପଞ୍ଚମ ଦିନରେ ଚେଳିତୋଳ ବାଲିଯାତ୍ରା ଜମୁଛି ଲୋକଙ୍କ ଭିଡ଼

ଜମୁଛି ତିର୍ତ୍ତୋଲ ଗୋପିଆକୁଦ ସ୍ତିତ ଚେଳିତୋଳ ବାଲିଯାତ୍ରା।ବାଲିଯାତ୍ରା ଦେଖିବା ପାଇଁ ବଢୁଛି ପ୍ରବଳ ଭିଡ଼।ଭରପୁର ମନୋରଞ୍ଜନ ସହିତ ରାମଦୋଳି,ଚଟପଟି ଖାଦ୍ୟ ସହିତ ମନୋହରୀ ଦୋକାନରେ ଲାଗିଛି ଗରାଖଙ୍କ ପ୍ରବଳ ଭିଡ଼।ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ବାଲିଯାତ୍ରା ମଞ୍ଚ।ବାଲିଯାତ୍ରା ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳ ସହିତ ବାହାର ଆସୁଛନ୍ତି ହଜାର ହଜାର ଜନସାଧାରଣ। ଚେଳିତୋଳ ବାଲିଯାତ୍ରା ପଡ଼ିଆ ହୋଇ ପଡ଼ିଛି ଉତ୍ସବ ମୁଖର।ସନ୍ଧ୍ୟା ହେଲେ ଦେଖିବାକୁ ମିଳୁଛି ନାହିଁ ନଥିବା ଭିଡ।୭ ଦିନ ବ୍ୟାପୀ ଚାଲିବାକୁ ଥିବା ଚେଳିତୋଳ ବାଲିଯାତ୍ରା ର ପଞ୍ଚମ ସନ୍ଧ୍ୟାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ଠାରେ ଅନୁଷ୍ଠିତ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ୨୦୨୩ ର ପଞ୍ଚମ ସନ୍ଧ୍ୟାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ମମତା ମହନ୍ତ,ମୁଖ୍ୟବକ୍ତା ଭାବେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା,ସମ୍ମାନିତ ଅତିଥି ଭାବରେ ରଘୁନାଥପୁର ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଜିଲ୍ଲାପରିଷଦ ଜୋନ ଏକ ସଭ୍ୟା ରୀନାରାଣୀ ମଲିକ,ଜିଲ୍ଲାପରିଷଦ ଜୋନ ଦୁଇ ସଭ୍ୟା ଇତିଶ୍ରୀ ମଲିକ,ରଘୁନାଥପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଚେଳି ତୋଳ ବାଲିଯାତ୍ରାର ଐତିହ ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ।ଅତୀତରେ ଏହି ଠାରୁ ସାଧବ ମାନେ ବୋଇତରେ ଯାଇ ବାହାରେ ଦେଶରେ ବେପାର ବାଣିଜ୍ୟ କରୁଥିଲେ।ସେହି କଥାକୁ ମନେ ପକାଇବା ପାଇଁ 2000 ମସିହାରେ ଆରମ୍ଭରେ ହୋଇଥିଲା ଚେଳି ତୋଳ ବାଲିଯାତ୍ରା ମହୋତ୍ସବ।ଏହି ମହୋତ୍ସବ କୁ ଉଦଜୀବିତ କରି ରଖିବା ପାଇଁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଜେଉଁ ଉଦ୍ୟମ କରିଛନ୍ତି ତାହା ଅଞ୍ଚଳ ବାସୀଙ୍କ ପାଇଁ ଗୌରବର ବିଷୟ।

ଜଗତସିଂହପୁର ରୁ Rita ସାହୁ reporter

Leave a Reply

Your email address will not be published. Required fields are marked *