ନବବର୍ଷ ଉପଲକ୍ଷେ ନବୀନ ନିବାସ ରେ ଶୁଭେଚ୍ଛା ଜଣାଇଲେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ 5ଟି ଅଧ୍ୟକ୍ଷ ଓ ମୋ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି.କେ.ପାଣ୍ଡିଆନ୍ ଙ୍କୁ ନବୀନ ନିବାସ ରେ ନବବର୍ଷ ଉପଲକ୍ଷେ ଓଡ଼ିଶାର ସହସ୍ରାଧିକ ଜନସାଧାରଣ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଓଡ଼ିଶାର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଏଥିରୁ ବାଦ୍ ପଡିନଥୀଲେ। ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ 5ଟି ଓ ମୋ ନବୀନ ଓଡ଼ିଶା ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି.କେ.,ପାଣ୍ଡିଆନ୍ ଙ୍କୁ ଶୁଭେଚ୍ଛା ସହିତ ଶୁଭକାମନା ଜଣାଇବା ପାଇଁ ଭୁବନେଶ୍ବର ସ୍ଥିତ ନବୀନ ନିବାସ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ର ସଭାପତି ହରିହର ସାହୁ ଙ୍କ ନେତୃତ୍ବରେ ପାଞ୍ଚ ଜଣିଆ ଟିମ୍ ଉପସ୍ଥିତ ହୋଇ ଶୁଭେଚ୍ଛା ସହିତ ଶୁଭକାମନା ଜଣାଇଥିଲେ। ଯେଉଁ ଟିମ୍ ରେ ଉପସ୍ଥିତ ଥିଲେ ଫୋରମ୍ ର ରାଜ୍ୟ ସାଧାରଣ ସମ୍ପାଦକ ଈଶ୍ୱର ‌ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଡଃ ଗଙ୍ଗୋତ୍ରୀ ଦେବୀ, ପ୍ରବକ୍ତା ମୁରଲୀଧର ପରିଡ଼ା ଓ ସଭ୍ଯା କବିତା ମିଶ୍ର। ଉପସ୍ଥିତ ସହସ୍ରାଧିକ ଜନସାଧାରଣ ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ 5ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ୍ ଶୁଭେଚ୍ଛା ସହିତ ଶୁଭକାମନା ଜଣାଇଥିଲେ ଓ ଓଡ଼ିଶା ବାସୀ ଙ୍କର ମଙ୍ଗଳ କାମନା କରିଥିଲେ।

Leave a Reply

Your email address will not be published. Required fields are marked *