ଦ୍ଵିତୀୟ ଦିନରେ ପହଞ୍ଚିଲା ଓଡିଶା ଗ୍ରାମ୍ୟ ନିର୍ମାଣ କର୍ମଚାରୀ ସଂଘର ଧାରଣା

ଭୁବନେଶ୍ୱର- ଓଡିଶା ଗ୍ରାମ୍ୟ ନିର୍ମାଣ ବ୍ରଟ ଓଭର ୱାର୍କ ଚାର୍ଜ କର୍ମଚାରୀ ମାନଙ୍କ ତରଫରୁ ରେଗୁଲାର ଓ ପେନସନ ଦାବିରେ 4ନମ୍ବର ଇୟୁନିଟରେ ଥିବା ଗ୍ରାମ୍ୟ ନିର୍ମାଣ ଯନ୍ତ୍ରୀ ମୁଖ୍ୟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ଧାରଣା ଦ୍ଵିତୀୟ ଦିନରେ ପହଂଚିଛି। ଓଡିଶା ଗ୍ରାମ୍ୟ ନିର୍ମାଣ କର୍ମଚାରୀ ସଂଘର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ସଂଘ ତରଫରୁ ଦୁଇଟି ଦାବି ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବା ସହ ଦାବି ପୂରଣ ପାଇଁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ଆମର ମୁଖ୍ୟତଃ ଦୁଇଟି ଦାବି ହେଲା ତା 12.04.1993ରିଖ ପୂର୍ବରୁ କାର୍ଯ୍ୟରତ ଏନ. ଏମ. ଆର /ଡି. ଏଲ. ଆର ମାନଙ୍କୁ ରେଗୁଲାର କରାଯାଉ ଓ ଯେଉଁମାନେ ରେଗୁଲାର ଅଛନ୍ତି ସେମାନଙ୍କୁ ପେନସନ ଦିଆଯାଉ। ସରକାର ଏମିତି କରିଛନ୍ତି ଯେ ଜଣେ କର୍ମଚାରି 35/40ବର୍ଷ ସେବା କରି ଅବସର ପରେ କୌଣସି ଅବସର କାଳୀନ ଭତ୍ତା ଓ ପେନସନ ନ ପାଇ ଖାଲି ହାତରେ ଘରକୁ ଯିବାକୁ ପଡୁଥିବାରୁ ଭବିଷ୍ୟତ ଜୀବନ ବଂଚିବା ମୃତ୍ୟୁ ସଂଗେ ସମାନ ବୋଲି କହିଛନ୍ତି ସଙ୍ଘର ସଭାପତି କୃଷ୍ଣ ଚନ୍ଦ୍ର ନାୟକ। କେବଳ ଇଞ୍ଜିନିୟର ମାନଙ୍କ ଅବହେଳା ଯୋଗୁଁ ଆମକୁ ଏ ଅବସ୍ଥା ଭୋଗିବାକୁ ପଡୁଛି ଓ ସରକାର ଯଦି ଆମ ଦାବି ନ ଶୁଣନ୍ତି ତେବେ ଆମର ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି ସଭାପତି ଶ୍ରୀ ନାୟକ। ସେହିପରି ଆମ ଭିତରୁ ଯେଉଁମାନେ ରେଗୁଲାର ହେଲେ ସେମାନେ ମଧ୍ୟ କିଛି ଅବସର ସୁବିଧା ପାଉନାହାନ୍ତି, କିଛି ଆଜି ପର୍ଯ୍ୟନ୍ତ ରେଗୁଲାର ହୋଇନାହାନ୍ତି। ଆମକୁ ପୁରୁଣା ପେନସନ ବ୍ୟବସ୍ଥା ରେ ରଖାଯାଉ, ଅବସର କାଳୀନ ସମସ୍ତ ଭତ୍ତା ଦିଆଯାଉ, ୱାର୍କ ଚାର୍ଜ ମାନଙ୍କୁ ରେଗୁଲାର କରାଯାଉ l
ରିପୋର୍ଟ- ବିଜୟ ନନ୍ଦ, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *