ବର୍ଷକୁ ଥରେ ମକର ଚାଉଳ ଭୋଗଲାଗି
![](https://teerthkhetra.com/wp-content/uploads/2023/01/makar-chaul-at-sakthigopal-temple.jpg)
ଶନିବାର ମକର ସଂକ୍ରାନ୍ତି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ବର୍ଷକୁ ଥରେ ପରମ୍ପରା କ୍ରମେ ମକର ଚାଉଳ ଭୋଗ ଲାଗି କରାଯାଇଛି। ଶୁକ୍ରବାର ମହାଲକ୍ଷ୍ମୀଙ୍କ ବାପଘରୁ ଆସିଥିବା ମକର ଭାରରେ ମନ୍ଦିର ମାଳି ସେବାୟତ ମାନେ ମକର ଚାଉଳ ପ୍ରସ୍ତୁତ କରିଥିଲେ l ମକରଭାର ସହିତ ଆସିଥିବା ନୂତନ ବସ୍ତ୍ର ସାକ୍ଷୀଗୋପାଳ ଓ ରାଧାରାଣୀ ପରିଧାନ କରିଥିଲେ l ମନ୍ଦିର ଚୁଡାରେ ନେତ ବନ୍ଧା ଯାଇଥିଲା । ଚୂନପାଣି ପକାଯାଇ ବେଢ଼ା ଶୋଧ କରାଯିବା ପରେ ରୁପା ପିଙ୍ଗଳରେ ମକର, ସାକର, ଦଧି ଓ ନଳିପାନ ଏପରି ଚାରିବେଢ଼ା ଅନୁଷ୍ଠିତ ହୋଇଥିଲା l ଛତିତ୍ରାସ, ଵାଜା, ମହୁରୀ, କହାଳୀ, ଘଣ୍ଟ ବଜାଇ ଠାକୁରଙ୍କୁ ଆଳତି ଓ ଉପଚାର କରି ପୂଜାପଣ୍ଡା ବନ୍ଦପନା କରିଥିଲେ। ମକର ଭାରରେ ପ୍ରସ୍ତୁତ ମକର ଚାଉଳ ପ୍ରଥମେ ଠାକୁର ଓ ଠାକୁରାଣୀଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରା ଯାଇ ବଳି ଆଟିକାରେ ନବାଙ୍କ ଚଣ୍ଡ ପ୍ରଦାନ କରାଯାଇଥିଲା l ମନ୍ଦିର ଵେଢା ମଧ୍ୟରେ ଶ୍ରଦ୍ଧାଳୁ ମାନେ ମକର ଚାଉଳ ଭୋଗ ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରିଥିଲେ l