୧୦୦ ଲିଟର ଦେଶୀ ରନ୍ଧା ମଦ ସହିତ ଗୋଟିଏ ବାଇକ ଜବତ, ଦୁଇଜଣ ଆଶାମୀ ଗିରଫ

ଜିଲ୍ଲାପାଳ ଡ଼. ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ସ୍ଵାତି ପଟ୍ଟନାୟକ ଏବଂ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ଼ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଆଜି ଚଢାଉ ରେ ଚଢ଼ିଆ ଛକ ଏବଂ ଖଣ୍ଡିଆ ବଜାର ଛକ ନିକଟରେ ୧୦୦ ଲିଟର ଦେଶି ମଦ ଜବତ କରାଯାଇଥିଲା ତାହା ସହ ଦୁଇ ଜଣ ଆସାମୀ ଶିବ ପ୍ରଶାଦ ବେହେରା ଘର ଚଢିଆ ଏବଂ ଅନ୍ୟ ଜଣେ ସାଗର ସୁରେନ ଘର ଖଣ୍ଡିଆ ବଜାର ଦୁଇ ଜଣକୁ ଗିରଫ କରାଯାଇ, ଆଜି କୋର୍ଟ ଚାଳାନ କରାଯାଇଛି । ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ଫଳରେ ଜଣେ ଆଶାମୀ କୁ ଅବକାରୀ ବିଭାଗ ଚଢଉ କରି ଏକ ମାମଲା ରୁଜ୍ଜୁ କରି ହୋଇ ଆଶାମୀ କୁ ଗିରଫ କରିଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ ଭବେଶ ଦାସ, ପ୍ରହଲ୍ଲାଦ ସାମଲ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଞ୍ଜନ ସେଠୀ, ଖଗେଶ୍ୱର ଜେନା ଓ ଅନବାଦିତ୍ୟ ବାରିକ ପ୍ରଭୃତି ସାମିଲ ଥିଲେ ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।

Leave a Reply

Your email address will not be published. Required fields are marked *