ବିଦ୍ୟୁତ ଆଘାତରେ ଜଣେ ମୃତ,୪ ଆହାତ

ପାରାଦୀପ-କୁଜଙ୍ଗ ବ୍ଲକ୍ ଦୁଆଡିଆ ବାଲିସାହି ଗାଁରେ ଅଘଟଣ,ବିଦ୍ୟୁତ ଆଘାତରେ ଜଣେ ମୃତ,୪ ଆହାତ।ଗାଧୋଇ ଆସି ଲାଇନ ସୁଇଜ ମାରିବା ହେଲା କାଳ,ବିଦ୍ୟୁତ ଆଘାତ ରେ ରାନୁ ବେହେରାଙ୍କ ମୃତ୍ୟୁ ଘଟିଥିବାବେଳେ, ଉଦ୍ଧାର କରିବାକୁ ଯାଇ ପରିବାର ଓ ପଡୋଶି ଆହତ,କୁଜଙ୍ଗ ମେଡିକାଲ ରେ ଭର୍ତ୍ତି।ଆଜି ସକାଳେ ବାଲିସାହି ଗାଁରେ ନିଜ ବାପ ଘରକୁ ଆସିଥିବା ରାନୁ ବେହେରା ଗାଧୋଇ ଆସି ଘରର ଲାଇନ୍ ସୁଇଜ ମାରିଲା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ, ରାନୁ କୁ ଉଦ୍ଧାର କରିବାକୁ ଯାଇ ଭାଇ ଚନ୍ଦନ, ଜେଜେ ବାପା,ଜେଜେ ମା ଓ ଜଣେ ପଡୋଶୀ ବିଦ୍ୟୁତ ଆଘାତରେ ଆହାତ ହୋଇ କୁଜଙ୍ଗ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଘଟଣା ସ୍ଥଳରେ ରାନୁ ବେହେରାଙ୍କ ମୃତ୍ୟୁ ଘଟିଛି।