ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲି ଗାଁରେ ବିଦ୍ୟୁତ ଆଘାତ ରେ ଜଣଙ୍କର ମୃତ ହୋଇଛି । ମୃତ ଜଣଙ୍କ ମଙ୍ଗୁଳୁ ବେହେରା ବୋଲି ଜଣାପଡିଥିବା ବେଳେ ଖଜାପଲି ଗ୍ରାମ ପଞ୍ଚାୟତ ର ପିୟନ ବୋଲି ଜଣାପଡିଛି । ତେବେ ଜଣକ ଘର ସମ୍ମୁଖ ରେ ଥିବା ଏକ ବିଦ୍ୟୁତ ଖୁଣ୍ଟ କୁ ଧରିଦେବା ପରେ ଅଘଟଣ ଘଟିଥିବା ସୂଚନା । ମୃତ ଦେହକୁ ରଖି କବିସୂର୍ଯ୍ୟନଗର ଭୂବନେଶ୍ବର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । କବିସୂର୍ଯ୍ୟନଗର ପୋଲିସ ପ୍ରଶାସନ ଘଟଣାସ୍ଥଳ ରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି ।