ପରେଡ୍‌ରେ କେବଳ ମହିଳା କଣ୍ଟିଜେଣ୍ଟ ଭାଗନେବେ

ନୂଆଦିଲ୍ଲୀ, ,୮ା୫ : ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥ ପରେଡରେ କେବଳ ମହିଳା ମାର୍ଚିଂ ଓ ବ୍ୟାଣ୍ଡ୍‌ କଣ୍ଟିଜେଣ୍ଟଙ୍କୁ ଦେଖିବାକୁ ମିଳିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଚି। ଗତ ମାର୍ଚ୍ଚରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୩ ବାହିନୀ ସମେତ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗକୁ ଏହି ମର୍ମରେ ପତ୍ର ପଠାଯାଇଥିଲା। ଫେବୃୟାରୀରେ ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆଗାମୀ ସାଧାରଣତନ୍ତ୍ର ଦିବସ ପରେଡରେ କେବଳ ମହିଳା କଣ୍ଟିଜେଣ୍ଟମାନଙ୍କୁ ସାମିଲ କରିବା ପାଇଁ ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯାଇଥିଲା। ପରେଡରେ ମହିଳା ମାର୍ଚିଂ ଓ ବ୍ରାଣ୍ଡ କଣ୍ଟିଜେଣ୍ଟ ସମେତ ପ୍ରଜ୍ଞାପନ ମେଢ଼ ଓ ଅନ୍ୟାନ୍ୟ ପ୍ରଦର୍ଶନରେ ମଧ୍ୟ ମହିଳାମାନଙ୍କୁ ସାମିଲ କରାଯିବ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଥିଲା। ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଦେଶର ସାମରିକ ସାମର୍ଥ୍ୟ ଏବଂ ଗୌରବମୟ ସାଂସ୍କୃତିକ ଐତିହ୍ୟର ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ନାରୀଶକ୍ତି ପ୍ରମୁଖ ପ୍ରସଙ୍ଗ ଥିଲା। ବାୟୁସେନାର ୧୪୪ ଯବାନମାନଙ୍କ ମାର୍ଚିଂ କଣ୍ଟିନେଣ୍ଟର ନେତୃତ୍ୱ ଜଣେ ମହିଳା ଅଫିସର ନେଇଥିଲେ। କେରଳ, କର୍ନାଟକ, ତାମିଲନାଡୁ, ମହାରାଷ୍ଟ୍ର ଓ ତ୍ରିପୁରାର ପ୍ରଜ୍ଞାପନ ମେଢ଼ର ମୁଖ୍ୟ ବିଷୟ ଥିଲା ନାରୀଶକ୍ତି।

Leave a Reply

Your email address will not be published. Required fields are marked *