ରେଢୁଆ ବିସି କଲେଜରେ ଯୁକ୍ତ ୩ ବିଜ୍ଞାନ ଖୋଲିବା ନିମନ୍ତେ ଅନୁମୋଦନ ପାଇଲା

ରେଢୁଆ ବିସି କଲେଜରେ ଯୁକ୍ତ ୩ ବିଜ୍ଞାନ ଖୋଲିବା ନିମନ୍ତେ ଅନୁମୋଦନ ପାଇଲା।
ରଘୁନାଥପୁର:-)ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେଢୁଆ ସ୍ଥିତ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ଶ୍ରେଣୀ ଖୋଲିବା ପାଇଁ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ପତ୍ର ସଂଖ୍ୟା ୩୩୪୮୧/୨୫/୬/୨୦୨୫ ଅନୁଯାଇ ଏ ସମ୍ପର୍କରେ ସମସ୍ତ ବିଭାଗକୁ ଅବଗତ କରାଯାଇଛି।ଏ ନେଇ ଅଞ୍ଚଳରେ ଛାତ୍ରୀଛାତ୍ର ଓ ଅବିଭାବକ ମହଲରେ ଖୁସିର ବାତାବରଣ ପରିଲକ୍ଷିତ ହୋଇଛି। ସୂଚନାଯୋଗ୍ୟ କି ଦୀର୍ଘବର୍ଷ ଧରି ଆଞ୍ଚଳିକ ବିକାଶ ପରିଷଦ ରେଢୁଆ ଓ ଅଞ୍ଚଳର ବୁଦ୍ଧିଜୀବି, ଶିକ୍ଷାବିତ ଓ ସାମାଜିକ କର୍ମୀଙ୍କ ପକ୍ଷରୁ କଲେଜରେ ଯୁକ୍ତ ୩ ବିଜ୍ଞାନ ଶ୍ରେଣୀ ଖୋଲିବା ପାଇଁ ଦାବୀ ହୋଇଆସୁଥିଲା। ବିଭିନ୍ନ ସମୟରେ ଆନ୍ଦୋଳନ ଓ ସତ୍ୟାଗ୍ରହ ମଧ୍ଯ ତୀବ୍ରତର ହୋଇଥିଲା। ଶେଷରେ ସରକାର ଜନତାଙ୍କ ଦାବୀକୁ ଗ୍ରହଣ କରିଥିବାରୁ ବିକାଶ ପରିଷଦର କର୍ମକର୍ତ୍ତା,କଲେଜ ପ୍ରତିଷ୍ଠାତା ସଦସ୍ୟ ଓ କର୍ତ୍ତୃପକ୍ଷ ଏବଂ ଅଞ୍ଚଳବାସୀଙ୍କ ପକ୍ଷରୁ ସାଧୁବାଦ ଜ୍ଞାମ୍ପନ କରାଯାଇଛି।ଅନ୍ୟପକ୍ଷେ ସରକାରଙ୍କ ପକ୍ଷରୁ ଅନୁମୋଦନ ପ୍ରାପ୍ତ ହୋଇଥିବା ଏବଂ ପରବର୍ତ୍ତୀ ସମୟରେ ରେକୋଗନାଇଯେସନ୍ ପାଇଁ ସମସ୍ତ ପ୍ରସ୍ତୁତି କରାଯିବ ବୋଲି ଅଧକ୍ଷ ପ୍ରଫେସର ସରୋଜ କୁମାର ପଣ୍ଡା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *