ଅପେରା ନ୍ୟୁ ଯାଜ୍ଞସେନୀ ର ସାମ୍ବାଦିକ ସମ୍ମିଳନୀ

ବ୍ୟାସନଗର ସ୍ଥିତ ଉପହାର କଲ୍ୟାଣ ମଣ୍ଡପରେ ଅପେରା ନ୍ୟୁ ଯାଜ୍ଞସିନୀର ମୁଖ୍ୟଉପଦେଷ୍ଟା ପ୍ରସଂଜିତ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀ ରେ ବରିଷ୍ଠ ଯାତ୍ରା କଳାକାର ସୁରେଶ ପଣ୍ଡା ଯୋଗଦେଇ ୪ଟି ନୂଆ ବହିର ଶୁଭାରମ୍ଭ କରିଛନ୍ତି l ଆଧୁନିକ ସମାଜ ଆରମ୍ଭ ରୁ ପ୍ରଥମେ ବାଦି ପାଲା, ଦାସକାଠିଆ, ରାମାୟଣ, ମହାଭାରତ ଆଦି କଳା ସାହିତ୍ୟ ସଂସ୍କୃତି ମଞ୍ଚ ଉପରେ ଜୀବନ୍ତ ଅଭିନୟ ପରିବେଷଣ ହେଉଥିଲା l କାଳକ୍ରମେ ଦର୍ଶକ ମାନେ ପୌରାଣିକ ନାଟକରୁ ବିରତି ନେଇ ସାମାଜିକ ନାଟକକୁ ଦେଖିବାକୁ ପସନ୍ଦ କଲେ, ଧିରେ ଧିରେ ଚଳଚ୍ଚିତ୍ର ଜଗତର ଅଶିଳତା ସାମାଜିକ ମୂଲ୍ୟବୋଧ କୁ ଭୁଲିବାରେ ଲାଗିଲା, ଏହି ଅଶିଳତାର ବଶବର୍ତ୍ତୀ ଯାତ୍ରା ଦୁନିଆରେ ମଧ୍ୟ ଦେଖିବାକୁ ମିଳିଲା, ଯାହା ପାଇଁ ଯାତ୍ରାରେ ଅନେକ ଝଡ଼ ସୃଷ୍ଟି ହେଲା l ଚଳିତ ବର୍ଷା ଜେମ୍ସ ବଣ୍ଡ,ଗ୍ୟାଙ୍ଗଷ୍ଟାର,ସବୁ ସରିଯିବା ପରେ ଓ ଗାନ୍ଧୀ ତୁମେ ଭୁଲ କଲନା କଣ ଯାଜ୍ଞସେନି ଯାତ୍ରା ପାର୍ଟିର ୪ଖଣ୍ଡ ବହି ଦର୍ଶକକୁ ବେଶ ଆକୃଷ୍ଠ କରିବ ବୋଲି ପ୍ରଯୋଜକ ଶ୍ରୀ ନାୟକ ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମେ ଅପେରା ନ୍ୟୁ ଯାଜ୍ଞସିନୀର ସମସ୍ତ କଳାକାର, ବୃଦ୍ଧିଜୀବି, ସାମ୍ୱାଦିକ ଯୋଗଦେଇ ୪ଖଣ୍ଡ ବହିର ସଫଳତାକୁ ନେଉ ପ୍ରଶଂସା କରିଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *