ଗାଁ ସାଥି ଙ୍କ ଦୁଃଖ ସରକାର ଙ୍କୁଜଣାଇବା ପାଇଁ ସାଙ୍ଗଠନିକ ବୈଠକ ।

ଫୁଲବାଣୀ ତା ୩/୦୫/୨୦୨୫ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ଗାଁ ସାଥି ସଂଘ ର କର୍ମକର୍ତ୍ତା ମାନଙ୍କୁ ନେଇ ଆଜି ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡ଼ି ଗ୍ରାମପଞ୍ଚାୟତ ପମ୍ପ ହାଉସ ଠାରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାରେ ରାଜ୍ୟ ସରକାରଙ୍କୁ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାର ନିର୍ବାଚନ ସମୟରେ ଦେଇ ଥିବା କଥା ଗାଁ ସାଥି ମାନଙ୍କୁ ମାସିକ ବେତନ ବିଷୟରେ ଆଲୋଚନା କରାଯାଇଥିଲା । ନ୍ୟାୟ ଆଶାୟୀ ଗାଁ ସାଥି ଗଣ ପୁନର୍ବାର ଭୁବେନେଶ୍ୱର ଯାଇ ପଞ୍ଚାୟତ ରାଜ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାୟକ ଏବଂ ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସମେତ କ୍ୟାବିନେଟ ମନ୍ତ୍ରୀ ପରିଷଦକୁ ଗାଁ ସାଥି ମାନଙ୍କର ବିଭିନ୍ନ ସମସ୍ୟା ଗୁଡିକୁ ନେଇ ଭେଟିବା ପାଇଁ ନିଷ୍ପତ୍ତି ନିଆଗଲା । ପୁନର୍ବାର ଦିଲ୍ଲୀ ଗସ୍ତ ପାଇଁ ସ୍ତିରୀକୃତ ହେଲା ଏଥିପାଇଁ ସମଗ୍ର ଓଡିଶା ର ଜିଲ୍ଲା ,ବ୍ଲକ ସମସ୍ତ କର୍ମକର୍ତା ମାନଙ୍କୁ ଯୋଗ ଦେବା ପାଇଁ ଆହ୍ୱାନ କରଗଲା । ଏଥିରେ କେନ୍ଦ୍ରୀୟ ଟିମର ସଂଗଠକ ଶେଖବତ ଭାଇ, ଜିଲ୍ଲା ସଭାପତି ଶ୍ରୀ ବିରୁପାକ୍ଷ ମଲିକ, ସମ୍ପାଦକ ଶ୍ରୀ ବିଚିତ୍ରବୀର୍ଯ୍ୟପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀ ଭୃଙ୍ଗରାଜମଳିକ ଏବଂ ପ୍ରତ୍ୟେକ ବ୍ଲକ ସଭାପତି ସମ୍ପାଦକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *