ଦୁଃଖର କଳାବାଦଲ ତଳେ ତୁମରା ହଂସ ପଡ଼ାର ଅନାଥ ଭଉଣୀ ଓ ମାଉସୀ ମା

ମାଁ ଚାଲିଗଲା ପରେ ପଛେ ପଛେ ବାପା ଚାଲିଗଲେ, ପରେ ସାନ ମାଁଙ୍କ ପାଖ ରେ ଅଛନ୍ତି କୁନ୍ତଳା ହଂସ। ଆହା ବୋଲିବା କେହି ନାହିଁ କି ସାହା ହେବା ପାଇଁ କେହି ନାହିଁ,କୁଳିମଜୁରୀ କଲେ ପେଟ ଚଳେ ନ ହେଲେ ଉପାସରେ ଦିନ କଟେ। ମାଁକୁ ଜାଣିବା, ଚିହ୍ନିବା ଓ ମାଁ ଡାକଦେବା ପୂର୍ବରୁ
ପ୍ରଥମେ ନିଜ ଜନ୍ମ କଲା ମାଁ କୁନ୍ତଳା ହଂସ ଆର ପାରିକୁ ଚାଲିଗଲେ । କିନ୍ତୁ ବାପା ଚାହୁଁଥିଲେ ଝିଅ ପାଇଁ ମାଁ ଡାକ ଶୁନ୍ୟ ନ ହେଉ, ତେଣୁ ପୁଣିଥରେ ଦ୍ୱିତୀୟ ଵିଵାହ କରି ଛୁଆଙ୍କ ପାଇଁ ମାଁ ଖୋଜି ଆଣିଥିଲେ । କିଛି ବର୍ଷର ବ୍ୟବଧାନ ପରେ ବାପା ମଧ୍ୟ ଆରପାରିକୁ ଚାଲିଗଲେ । ହେଲେ ବିଧିର ବିଧାନ ଥିଲା ଅଲଗା । ବାପା ଯାହାର କୋଳରେ ଏହି ନିଷ୍ପାପଝିଅଙ୍କ ଛାଡିଥିଲେ ସେ ମଧ୍ୟ କିଛି କରି ପାରୁନଥିବା ବେଳେ ସାନ ମାଁ ଓ କୁନ୍ତଳା ଦୁଃଖ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଗୋଟେ ନିଷ୍ପାପ ଶିଶୁ । ଭଗବାନ ଜନ୍ମ ଦେଲେ ସତ କିନ୍ତୁ ବାପା ମାଁଙ୍କୁ ଛଡେଇ ନେଲେ । କଲମ ଧରିବା ହାତରେ ଶିଶୁ କୁଳିମଜୁରୀ କରି ପେଟ ପୋଷୁଛନ୍ତି ।ଆସନ୍ତୁ ଦେଖିବା ଗୋଲାମୁଣ୍ଡାରୁ ଏହି ରିପୋର୍ଟ ।
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରୀ ପଞ୍ଚାୟତ ତୁମୁରା ଗ୍ରାମର ଉଦ୍ଧବ ହଂସ ଓ ପଦିକା ହଂସ ଙ୍କ ଏକ ହସଖୁସିର ସଂସାର ଥିଲା । ତାଙ୍କର ଗୋଟେ ଝିଅ ଥିଲେ । କିନ୍ତୁ ଦିନେ ଦୁଃଖର କଲା ବାଦଲ ଏହି ପରିବାର ଉପରେ ପଡ଼ିଗଲା । ଗୋଟେ ଶିଶୁ ମାଁ କୁ ଭଲ ସେ ଚିହ୍ନିବା, ଜାଣିବା ପୂର୍ବରୁ ଗୋଟେ ଛୁଆଙ୍କୁ ଛାଡି ଆର ପାରିକୁ ଚାଲିଗଲେ । କିନ୍ତୁ ବାପା ଉଦ୍ଧବ ହଂସ ଶିଶୁଙ୍କ ଲାଳନ ପାଳନ ପାଇଁ ପୁଣି ଥରେ ପଦିକା ହଂସ ଙ୍କୁ ଦ୍ୱିତୀୟ ବିବାହ କରିଥିଲେ ତାଙ୍କର କୋଣସି କାରଣ ରୁ କାମ କରିପାରୁ ନାହାନ୍ତି
କିଛିଦିନ ପରିବାର ହସଖୁସିରେ ଚାଲିଥିବା ବେଳେ ହଟାତ ଉଦ୍ଧବ ହଂସ ଦେହାନ୍ତ ହୋଇଥିଲା । ପଦିକା କୁଙ୍ଗୀ ଛୁଆଙ୍କୁ ନେଇ କଷ୍ଟେମଷ୍ଟେ ଲାଳନପାଳନ କରିଥିଲେ । ଏହି ଛୁଆ ମଧ୍ୟ ବାପା ଓ ମାଁ ଆରପରିକୁ ଚାଲି ଯାଇଥିଲେ ସୁଦ୍ଧା ପଦିକା ହଂସ ଛତ୍ରଛାୟା ତଳେ ରହି ଖୁସିରେ ଦିନ କାଟୁଥିଲେ । କିନ୍ତୁ ଏହି ପରିବାରକୁ ଦିନେ ଦୁଃଖର କଳାବାଦଲ ଘୋଡେଇ ଦେଇଥିଲା । ଏବେ କୁଂଗି ଝିଅ ଅନାଥ ହୋଇ ଯାଇଛନ୍ତି
ଏହି ଅନାଥ ଝିଅ ଜଣଙ୍କୁ ଦାନା ଦେବାକୁ ଅସମର୍ଥ ଅଟନ୍ତି । ତେଣୁ କିଭଳି ଭାବରେ ସେ ଗୁଜୁରାଣ ମେଣ୍ଟାଉଛନ୍ତି । କୁନ୍ତଳା ହଂସ
ସରକାରୀ ସୁବିଧା କହିଲେ କେବଳ 5 କେଜି ଚାଉଳ ଓ ୭୦୦ ଟଙ୍କା ହିଁ ଏମାନଙ୍କ ଭରଷା ନହେଲେ ଉପାସରେ ମଧ୍ୟ ଦିନ ଯାଏ ବୋଲି କହିଛନ୍ତି । ସରକାର ତୁରନ୍ତ ଏହି କୁଂଗୀ ଅନାଥ ଭଉଣୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହୋଇଛି, ସ୍ଥାନୀୟ ସରପଞ୍ଚ ଜଗୁ ଜୀବନ ଅଘରିଆ ଙ୍କୁ ପଚାରିବାରୁ ସେ କହିଲେ ମାଆ ଝିଅଙ୍କୁ ଅନ୍ତୋଦୟ ଚାଉଳର ବ୍ୟବସ୍ଥା ଅଳ୍ପ ଦିନ ମଧ୍ୟରେ ମିଳିବ ବୋଲି ଅଫ କେମେରା ଯୋଗେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି

Leave a Reply

Your email address will not be published. Required fields are marked *