ଅଟୋ ଡ଼୍ରାଇଭରଙ୍କୁ ସମ୍ମାନିତ କଲେ ଓ.ଏସ୍.ୱାଇ.ସି ସଭାପତି

ବ୍ରହ୍ମପୁର :- ୨୯/୦୫, ଆଜିକାଲି ଦୁନିଆରେ ସଚ୍ଚୋଟତା ଓ ବିଶ୍ବାସତା ଲୋକଙ୍କ ସଂଖ୍ୟା ଦିନକୁ ଦିନ ଅଧିକାଂଶ କ୍ଷେତ୍ରରେ ଦେଖିବା ପାଇଁ ମିଳିଥାଏ । ସେଥିମଧ୍ୟରୁ ସେହିଭଳି ଅନ୍ଯର ଜିନିଷପତ୍ର କିମ୍ବା ବିଶ୍ବାସଘାତକତା ନକରି ନିଜର ପରିବାର ପାଇଁ ବ୍ଯବହାର ନକରି ଫେରସ୍ତ କରିବା ଅତି କମ ଡ଼୍ରାଇଭରଙ୍କୁ ଦେଖିବା ପାଇଁ ମଧ୍ୟ ଏଠାରେ ମିଳେ ।ଅତି ପ୍ରଶଂସିତ ହୋଇଥିବା ଏବଂ ସର୍ବସାଧାରଣରେ ସମ୍ମାନିତ କରାଯାଇଥିବା ଜଣେ ଡ୍ରାଇଭରଙ୍କୁ ଦେଖିବା ପାଇଁ ମିଳିଥିଲା । ଖବରମୁତାବକ ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ସହର ର ଓଁବିହାର ଦୀପକ ରେସିଡେନ୍ସି ବାସଭବନରେ ଚକାଡୋଳା ସୁବୁଦ୍ଧିଙ୍କ ପରିବାର ସଦସ୍ୟ ବ୍ରହ୍ମପୁର ରେଲୱେ ଅଟୋ ଷ୍ଟାଣ୍ଡର ଏକ ଅଟୋରିକ୍ସାରେ ନିଜର ବହୁମୂଲ୍ୟ ଜିନିଷ ରହିଥିବା ବ୍ଯାଗକୁ ଛାଡ଼ିଦେଇଥିଲେ । ଅଟୋ ଡ୍ରାଇଭର ତଥା ମାଲିକ ଟି.ସୀମାଦ୍ରୀ ପାତ୍ର ସହିତ ସ୍ଥାନୀୟ ଅଟୋ ଚାଳକ ବନ୍ଧୁମାନେ ସୁବୁଦ୍ଧିଙ୍କ ବାସଭବନକୁ ଫେରାଇବା ଲକ୍ଷ୍ୟ କରି ଆପାର୍ଟମେଣ୍ଟ ନିକଟକୁ ଆସି ଫେରାଇ ଦେଇଥିଲେ । ତାଙ୍କରଏହି ମହାନତା, ସଚ୍ଚୋଟତା ଗୁଣରେ ଲାଗି ବ୍ରହ୍ମପୁର ସହର ଉପକଣ୍ଠ ଓଁବିହାର ଅଞ୍ଚଳର ଅଗ୍ରଣୀ ଯୁବ ସଙ୍ଗଠନ ତଥା ସାମାଜିକ ଓ ଉନ୍ନୟନ ମୂଳକ କାର୍ଯ୍ୟରେ ସର୍ବଦା ତତ୍ପରତା ଦେଖାଉଥିବା ସଙ୍ଗଠନ ଓଁବିହାର ଶକ୍ତିନଗର ୟଥ କମିଟି (ଓ.ଏସ୍.ୱାଇ.ସି.) ତରଫରୁ ସଙ୍ଗଠନର ଆବାହକ ତଥା ସଭାପତି ଉମାଶଙ୍କର ସାହୁ ଓ ସଂଗଠନର ସଦସ୍ୟ , ଶତାଧିକ ଅଟୋ ଚାଳକ ସମତେ ସାଧାରଣ ଯାତ୍ରୀ ମାନଙ୍କ ଉପସ୍ଥିତିରେ ବ୍ରହ୍ମପୁର ରେଲୱେ ଷ୍ଟେସନ ଅଟୋ ଷ୍ଟାଣ୍ଡ ଠାରେ ପୁଷ୍ପଗୁଚ୍ଛ, ମାନପତ୍ର ଏବଂ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି।
ରିପୋର୍ଟ :-ରଂଜିତ କୁମାର ପୋଲାଇ